କଳାହାଣ୍ଡି: କୋକସରା ଥାନା ଅନ୍ତର୍ଗତ ଡାଲଗୁମା ମଣ୍ଡି ନିକଟରେ ଏକ ଚାଷ ଜମିରେ ଜଣଙ୍କୁ ହତ୍ୟା । ରାତିରେ ଶୋଇଥିବା ଅବସ୍ଥାରେ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା କରାଯାଇଛି । ମୃତକ ହେଲେ ଡାଲଗୁମା ଗ୍ରାମର ଶୁକଦେବ ଧରୁଆ (୫୫) ।
ଶୁକଦେବ ଧରୁଆ ଏକ ପନିପରିବା ଚାଷଜମି ନିକଟରେ ଦୀର୍ଘବର୍ଷ ହେବ ଘର କରି ରହୁଥିଲେ। ପ୍ରତିଦିନ ଭଳି ଗତକାଲି ରାତିରେ ସେ ଘର ବାହାରେ ମଶାରୀ ଟାଙ୍ଗି ଶୋଇଥିଲେ । ଆଜି ଝିଅ ରୁକ୍ମଣୀ ଧରୁଆ ଓ ସମ୍ପର୍କୀୟ ଭାଇ ତାଙ୍କୁ ମୃତ ଅବସ୍ଥାରେ ଦେଖି ପରିବାର ଓ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ଖବର ପାଇ କୋକସରା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛନ୍ତି । ପୋଲିସ ମୃତଦେହକୁ ଜବତ କରିଛି । ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ହତ୍ୟା କାଣ୍ଡର କାରଣ ଅସ୍ପ।ଷ୍ଟ ରହିଥିବାବେଳେ ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ତଦନ୍ତ ଆରମ୍ଭ କରିଛି ।