ଭଦ୍ରକ; ଭଦ୍ରକ ଜିଲ୍ଲା ହରିପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କାଳବୈଶାଖୀର ପ୍ରଭାବରେ ମହାଦେବଙ୍କ ଶିବ ଲିଙ୍ଗ ଓ ଜଗନ୍ନାଥଙ୍କ ଦଧିନଉତିରେ ଫାଟ ସୃଷ୍ଟି ହୋଇଛି । ଯାହାକୁ ନେଇ ପୁରା ଗାଁର ଆଲୋଡନ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ସୋମବାର ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରାଘାତ ହୋଇଥିଲା । ଯାହା ଫଳରେ ହରିପୁର ସ୍ଥିତ ଜଗନ୍ନାଥ ମନ୍ଦିରର ଦଧିନଉତିର କିଛି ଅଂଶ ଫାଟିଥିବା ବେଳେ ପାଖରେ ଶିବ ମନ୍ଦିରରେ ଶିବ ଲିଙ୍ଗର ଗର୍ଭ ଫାଟିଥିବାର ଦେଖିବାକୁ ମିଳିଛି । ତେବେ ଏହି ଘଟଣାକୁ ନେଇ ପୁରା ଗାଁରେ ଆଲୋଡ଼ନା ସୃଷ୍ଟି ହୋଇଥିବା ବେଳେ କେଉଁ କାରଣ ଯୋଗୁଁ ଏହା ହୋଇଛି ତାହାର କୈାଣସି ସଠିକ ସୂଚନା ମିଳିନାହିଁ ।