ମୟୁରଭଞ୍ଜ : ଲଘୁଚାପ ଜନିତ ବର୍ଷାରେ ଦ୍ୱାରଶୁଣି ଘାଟିରେ ଖସିଲା ପଥର । ୪୯ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଦୁଆରସୁଣି ଘାଟିରେ ପାହାଡ଼ରୁ ପଥର ଖସି ରାସ୍ତା ଅବରୋଧ ହୋଇଛି । ଉଭୟ ପଟରେ ଶତାଧିକ ଗାଡ଼ି ଠିଆ ହୋଇରହିଛି। ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପଥର ସଫା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଲଘୁଚାପ ଜନିତ ବର୍ଷା ପାଇଁ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ରେ ରଖାଯାଇଛି। କିଛି ଦିନ ପୂର୍ବରୁ ରାସ୍ତା ସମ୍ପ୍ରସାରଣ ପାଇଁ ପାହାଡ଼ରେ ପଥର ବ୍ଲାଷ୍ଟିଂ କରାଯାଇଥଲା ସେଥିପାଇଁ ପଥର ଖୋସିଥିବା ର ସୂଚନା ମିଳିଛି । ଧସିଥିବା ପଥର ବାହାର କରାଯିବା ପରେ ଗୋଟେ ପଟେ ଯାତାୟତ ସ୍ୱାଭାବିକ ହୋଇଛି ।