କଟକ: ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା। ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଝଟକୁଛି ନୌକା ଗେଟ। ଷ୍ଟଲ ସଜାଇବାରେ ବ୍ୟସ୍ତ ବ୍ୟବସାୟୀ। ଆସନ୍ତା କଲି ସନ୍ଧ୍ୟାରେ ଏହାକୁ ଆନୁଷ୍ଠାନକ ଭାବେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉଦଘାଟନୀ ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କଟକ ସାଂସଦ, ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ ଏବଂ ମୁଖ୍ୟ ଶାସନ ସଚିବଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେବେ।
ସକାଳୁ ଡଙ୍ଗା ଭସାଣ ପରେ ମହାନଦୀ ଆଳତୀ କରାଯାଇ ସଂଧ୍ଯାରେ ବାଲିଯାତ୍ରାର ଉଦଘାଟନ ଉତ୍ସବ ଆୟୋଜିତ ହେବ। ବାଲିଯାତ୍ରାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ଅଳ୍ପ କିଛି କାର୍ଯ୍ୟ ଯାହା ବାକି ଅଛି ଯାହା କାଲି ସୁଦ୍ଧା ଶେଷ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଅନ୍ୟପଟେ ଉପର ପଡ଼ିଆରେ ବାଲିଯାତ୍ରା ହେବା ନେଇ ପଚାରିବାରୁ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଉପର ପଡ଼ିଆରେ ଆମେ ଉଠା ବ୍ୟବସାୟୀଙ୍କୁ ବସିବାକୁ ସୁଯୋଗ ଦେଇଛୁ।ଏହାବ୍ୟତୀତ ଦହିବରା ଜୋନ ମଧ୍ୟ ତିଆରି କରାଯାଇଛି। ପିଲା ମାନଙ୍କ ମନୋରଞ୍ଜନ ପାଇଁ ପ୍ଲେ ଜୋନର ବ୍ୟବସ୍ଥା କରାଯାଇଛି ଏବଂ ସବୁ ପ୍ରକାର ଆୟୋଜନ ଆସନ୍ତା କାଲି ସମ୍ପୂର୍ଣ ହୋଇଯିବ ବୋଲି ସେ କହିଛନ୍ତି।