ଆକାଶଛୁଆଁ ସୁନା ଦର । ଆଉ କିଛି ଦିନ ପରେ ୭୦ ହଜାର ଛୁଇଁବ ସୁନା । ଗୋଟିଏ ଦିନରେ ୧୪୦୦ ଟଙ୍କା ବୃଦ୍ଧି ପାଇଛି ସୁନା । ବର୍ତମାନ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଏବେ ୬୯ ହଜାର ୭୦୦ ଟଙ୍କାରେ ପହଂଚିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୬୨ ହଜାର ୮୦୦ ରେ ପହଂଚିଛି । ସେପଟେ ବିବାହ ଋତୁ ଚାଲୁଥିବା ବେଳେ ଏପଟେ ସୁନା ଦରରେ ଅହେତୁକ ବୃଦ୍ଧି ଗ୍ରାହକମାନଙ୍କୁ ଚିନ୍ତାରେ ପକାଇଛି । ତେବେ ଚେନ୍ନାଇରେ ସୁନା ଦର ସବୁଠାରୁ ଅଧିକ ରହିଥିବା ଜଣାପଡଛି । ସୂଚନା ଅବୁସାରେ ମାର୍ଚ୍ଚ ମାସରୁ ଏପର୍ୟ୍ୟନ୍ତ ୪,୦୦୦ ଟଙ୍କା ରୁ ଅଧିକ ସୁନା ମହଙ୍ଗା ହୋଇଛି । ଏହି ମାସ ଅର୍ଥାତ୍ ମାର୍ଚ୍ଚରେ ସୁନାର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି ଜ୍ଝ ମାର୍ଚ୍ଚ ୧ ରେ ସୁନା ୧୦ ଗ୍ରାମ ପିଛା ୬୨,୫୯୨ ଟଙ୍କା ଥିଲା, ଯାହା ମାର୍ଚ୍ଚ ୨୮ ରେ ୧୦ ଗ୍ରାମ ପିଛା ୬୬,୯୭୧ ଟଙ୍କା ହୋଇଯାଇଛି । ଅର୍ଥାତ୍ ଚଳିତ ମାସରେ ଏହାର ମୂଲ୍ୟ ୪,୩୭୯ ଟଙ୍କା ବୃଦ୍ଧି ପାଇଛି। ଏଥିସହିତ ରୂପା ମଧ୍ୟ ୬୯,୯୭୭ ରୁ କିଲୋଗ୍ରାମ ପ୍ରତି ୭୪,୦୧୧ ଟଙ୍କାକୁ ବୃଦ୍ଧି ପାଇଥିବା ଜଣାପଡିଛି ।