କମିଲା ସୁନା ଦର 24/04/2024 Share story: ରାଜ୍ୟରେ ଆକାଶଛୁଆଁ ଦରରେ ପହଂଚିଛି ସୁନାଦର । କିଛି ଦିନ ତଳେ ୧୦ ଗ୍ରାମ ସୁନାର ମୂଲ୍ୟ ୭୫ ହଜାର ଛୁଇଁଥିବା ବେଳେ ବର୍ତମାନ ସୁନା ଓ ରୂପା ଦରରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି । ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ଗ୍ରାମ ପ୍ରତି ୭୨ ହଜାର ୧୫୦ ଟଙ୍କା ରେ ପହଂଚିଛି । ଏବଂ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୬ ହଜାର ୧୪୦ରେ ପହଂଚିଥିବା ଜଣାପଡିଛି । ଏବଂ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନାଦର ୭୨ ହଜାର ୧୫୦ ରହିଥିବା ବେଳ ୨୨ କ୍ୟାରେଟ ସୁନା ଦର ୬୬ ହଜାର୧୦ରୋ ପହଂଚିଛି । କହିବାକୁ ଗଲେ ଭୁବନେଶ୍ୱରରେ ୧୦ ଗ୍ରାମ ସୁନା ପାଖାପାଖି ୧୫୦୦ ରୁ ୧୬୦୦ ଟଙ୍କା କମିଛି । ଅନ୍ୟ ପଟେ ରୂପା ଦର କେଜି ପ୍ରତି ୮୨ ହଜାର ୯୦୦ ଟଙ୍କା ରହିଛି । gold price Henilprava Swain, Author, 24/04/2024