ପୁରୀ: ପୁଣି ଅନଲାଇନରେ ଜଗନ୍ନାଥ ପ୍ରେମୀଙ୍କୁ ଠକିବାକୁ ଚେଷ୍ଟା କରାଯାଇଛି । ଅନଲାଇନରେ ମହାପ୍ରଭୁଙ୍କ ପୂଜା ସହ ନିର୍ମାଲ୍ୟ, ଶୁଖିଲା ଭୋଗ ମିଳିବା ନେଇ ବିଜ୍ଞାପନ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । 'ପୂଜା ପରିସେବା' ନାମକ ଏକ ଆପ୍ ମାଧ୍ୟମରେ ଏଭଳି ବିଜ୍ଞାପନ ଦିଆଯାଇଥିବା ସୂଚନା ରହିଛି । ଯେଉଁଥିରେ ଚାରି ପ୍ରକାରର ପୂଜା ପାଇଁ ଅଲଗା ଅଲଗା ପ୍ରକାର ମୂଲ୍ୟ ରହିଛି । ଏହି ପୂଜା ମଧ୍ୟରେ ରହିଛି ଅଭିଷେକ ପୂଜା, ତୁଲସୀଦାନ ପୂଜା, ଚତୁର୍ଦ୍ଧାମୂର୍ତ୍ତି ପୂଜା ଓ ସାଧାରଣ ଦର୍ଶନପୂଜା ଅଭିଷେକ ପୂଜା । ଆଉ ଏହି ବିଜ୍ଞାପନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ । ଶ୍ରୀମନ୍ଦିରରେ ଅନଲାଇନର ଏଭଳି କୌଣସି ବ୍ୟବସ୍ଥା ନାହିଁ । ଏହାକୁ ବିଶ୍ୱାସ ନ କରିବା ପାଇଁ ଅପିଲ କହିଛନ୍ତି ପୁରୀ ଏସପି ପ୍ରତୀକ ସିଂ । ଏହା ଉପରେ ତଦନ୍ତ ଚାଲିଛି , ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି ।
ଅଧିକ ପଢନ୍ତୁ: ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା; ପୁଣି ବଢିବ ପଞ୍ଜୀକରଣ ଅବଧି, ଯୋଗାଣ ମନ୍ତ୍ରୀ ଦେଲେ ସୂଚନା