ଢେଙ୍କାନାଳ: କଙ୍କଡ଼ାହାଡ଼ ବ୍ଲକ ଭଳି ଆଦିବାସୀ ଅଧ୍ୟୁଷିତ ଅଂଚଳର ଅପହଞ୍ଚ ଇଲାକା ଏକୁଲ, ସେକୁଲ ଓ ପୁଟିପାଳ ଗାଁରେ ପହଞ୍ଚିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ନେଇ ଅପହଞ୍ଚ ଇଲାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିପାଇଁ ଦୁଇଟି ଉଛୁଳା ନଈକୁ ପାର ହୋଇ ଯାଇଛନ୍ତି ଜିଲ୍ଲାପାଳ ଏବଂ ତାଙ୍କର ଟିମ। ଲୋକଙ୍କ ସମସ୍ୟା ଓ ତାହାର ସମାଧାନ କିଭଳି ଭାବେ ସମାଧାନ ସହ ଜୀବନ ଜୀବିକା ସୁଗମ ହୋଇ ପାରିବ ଆଲୋଚନା କରିଥିଲେ।
ଏଥିସହିତ ଢେଙ୍କାନାଳ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ସୀମାନ୍ତକୁ ଲାଗି ରହିଥିବା ଏହି ଆଦିବାସୀ ଗାଁର ବିକାଶ ପାଇଁ ନୂଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଜଣାପଡିଛି। ଉକ୍ତ ସ୍ଥାନୀୟ ବାସିନ୍ଦାଙ୍କର ଯାତାୟାତ ଏକ ପ୍ରମୁଖ ସମସ୍ୟା । ଅନେକ ସମୟରେ ଭରାନାଳରେ ଗର୍ଭବତୀ ଓ ଅସୁସ୍ଥଙ୍କୁ ଷ୍ଟ୍ରେଚର୍ରେ ନେବାକୁ ପଡ଼ିଥାଏ। ଜିଲ୍ଲାପାଳ ଗ୍ରାମବାସୀମାନଙ୍କର ବିଭିନ୍ନ ସମସ୍ୟା ଶୁଣି ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।