ଭୁବନେଶ୍ୱର: ନୂଆ ରଘୁନନ୍ଦନ ଲାଇବ୍ରେରୀ ଜାଗାରେ ନିର୍ମାଣ ହେବ ଡିଜିଟାଲ୍ ଲାଇବ୍ରେରୀ । ଏହାକୁ 'ଜ୍ଞାନ ଯଜ୍ଞ ମଣ୍ଡପ ନାଁରେ ନାମିତ କରାଯିବ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବା ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଇ-ଲାଇବ୍ରେରୀ ସହ ରିସର୍ଚ୍ଚ ସେଣ୍ଟର ମଧ୍ୟ ନିର୍ମାଣ କରିବେ ସରକାର । ଶ୍ରଦ୍ଧାଳୁ ଓ ଗବେଷକଙ୍କୁ ଡିଜିଟାଲ୍ ସୁବିଧା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଡିଜିଟାଲ ଲାଇବ୍ରେରୀରେ ଶ୍ରୀମନ୍ଦିର ରେକର୍ଡ, ନୀତିକାନ୍ତି, ମାଦଳା ପାଞ୍ଜି, ପୋଥି ଓ ପାଣ୍ଡୁଲିପି ସଂରକ୍ଷଣ କରାଯିବ । ପୁରାତନ ପୁସ୍ତକ ଓ ତଥ୍ୟ ସହ ସଂରକ୍ଷିତ ଡକ୍ୟୁମେଣ୍ଟକୁ ନେଇ ଡାଟାବେସ୍ ତିଆରି ହେବ । ଏହା ଜଗନ୍ନାଥ ସଂସ୍କୃତି ଗବେଷଣା ଉପରେ ଗବେଷକଙ୍କୁ ସହାୟକ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି ।