ସେପ୍ଟେମ୍ବର ୯ ୨୦୦୯ ରେ ପାରାଦୀପରେ ବୁଡିଯାଇଥିବା ଏମ୍ ଭି. ବ୍ଲାକରୋଜ ମାଲବାହୀ ଜାହାଜ ପ୍ରସଙ୍ଗଙ୍କୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଓଡ଼ିଶାର ବୈଭବକୁ ବାହାରକୁ ପଠାଇବାକୁ ଚେଷ୍ଟା କରାଯାଉଛି ଏହା ସହ ବ୍ଲାକରୋଜ ଜାହାଜ କଥା ଉଠାଇ ଏଥିରେ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କୁ ଜେଲ ଯିବେ ବୋଲି ମଧ୍ୟ କହିଛନ୍ତି । ତେବେ ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ପାରାଦୀପରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ନିଜ ଅଭିଭାଷଣ ରଖିଥିଲେ । ସେଠାରେ ରାଜ୍ୟରେ ହେଉଥିବା ଦୁର୍ନୀତି ଏବଂ ଭ୍ରଷ୍ଟାଚାର ପ୍ରସଙ୍ଗ ଉଠାଇବା ସହ ପାରାଦୀପର ବିକାଶ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହିଁ ସମ୍ଭବ ହେବ ବୋଲି ମତପ୍ରକାଶ କରିଥିଲେ। ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଗରିବଙ୍କ ଆଶା ଓ ଆଂକକ୍ଷା ପୂରଣ ହେବ । ତେଣୁ ଏଥି ପାଇଁ ବିଜେପିକୁ ଭୋଟ୍ ଦେବା ପାଇଁ ଉପସ୍ଥିତ ସାଧାରଣ ଜନତାଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ।
ଅଧିକ ପଢନ୍ତୁ : ଧାମନଗର ବିକାଶ ପାଇଁ ମାରାଥନ୍ ପ୍ରଚାର କରିଛନ୍ତି ସୂର୍ଯ୍ୟବଂଶୀ ସୁରଜ