ଆଉ ଦିନକ ପରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ଏଥିପାଇଁ ଆଜି ସରୁଛି ପ୍ରଚାର | ଏହି ପରିପ୍ରେକ୍ଷୀରେ ବିଜେପି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ତାଙ୍କର ପ୍ରଚାର ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିଛନ୍ତି । ଧାମନଗର ବିକାଶ ପାଇଁ ମାରାଥନ୍ ପ୍ରଚାର କରିଛନ୍ତି ସୂର୍ଯ୍ୟବଂଶୀ ସୁରଜ | ଧାମନଗର ବିଧାନସଭା କ୍ଷେତ୍ରରେ ବିଭିନ୍ନ ଅଂଚଳରେ ପ୍ରଚାର କରି ନିଜ ପାଇଁ ଭୋଟ ମାଗିଛନ୍ତି ସୂର୍ଯ୍ୟବଂଶୀ | ଧାମନଗର ,ଧୁଷୁରି, ଦୋବଲ, ଆଦି ଗାଁ ଗାଁ ବାଇକି ରେ ଯାଇ ପ୍ରଚାର କରି ଦେଶର ଶାନ୍ତି ସଂହତି ପ୍ରଗତି ପାଇଁ ସଭିଏଁ ଏଥରଭୋଟ ପଦ୍ମଫୁଲରେ ଦେବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ସେହିପରି ଅସୁରାଳି ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ଯାଇ ଦୁଇଟି ପଦ୍ମ କୁ ସମର୍ଥନ ଜଣାଇ ଦୁଇ ଗୁଣା ବିକାଶ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି।