ଖବର ଓଡ଼ିଶା: ସ୍ୱାଧୀନତା ଦିବସରେ ଦେଶର ରାଜଧାନୀ ଦିଲ୍ଲୀରେ କିଏ ତ୍ରିରଙ୍ଗା ପତାକା ଉତ୍ତୋଳନ ଏବେ ସମସ୍ତଙ୍କ ମନରେ ଏ ପ୍ରଶ୍ନ ଉଙ୍କି ମାରିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ଥିବାରୁ ଆପ୍ ନେତ୍ରୀ ତଥା ମନ୍ତ୍ରୀ ଅତିଶୀ ସିଂ କେଜ୍ରିୱାଲଙ୍କ ସ୍ଥାନରେ ପତାକା ଉତ୍ତୋଳନ କରିବାର ଥିଲା । କେଜ୍ରିୱାଲଙ୍କ ଏହି ପ୍ରସ୍ତାବକୁ ଦିଲ୍ଲୀ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ(ଜିଏଡି) ଖାରଜ କରିଛି ।
ଅଗଷ୍ଟ ୧୫ରେ ଛତ୍ରସାଲ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଅତିଶୀ ପତାକା ଉତ୍ତୋଳନ କରନ୍ତୁ ବୋଲି କେଜ୍ରିୱାଲ ପ୍ରସ୍ତାବ ଦେଇଥିଲେ । ସେ ଉପ ରାଜ୍ୟପାଳଙ୍କୁ ଏକ ଚିଠି ଲେଖିଥିଲେ । କିନ୍ତୁ ସାଧାରଣ ପ୍ରଶାସନ ବିଭାଗ(ଜିଏଡି) ଏହି ପ୍ରସ୍ତାବକୁ ଖାରଜ କରିଛି । ଜିଏଡିର ଅତିରିକ୍ତ ମୁଖ୍ୟ ସଚିବ ନବୀନ କୁମାର ଚୌଧୁରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଏ ନିର୍ଦ୍ଦେଶ ଆଇନ ଅନୁସାରେ ଅବୈଧ ଅଟେ । ଯାହାକୁ ସ୍ୱୀକାର କରାଯାଇ ପାରିବ ନାହିଁ । ଜେଲ ନିୟମରେ ଏହା ନାହିଁ ବୋଲି ସେ କହିଛନ୍ତି ।
ଏହା ପରେ ବର୍ତ୍ତମାନ ସ୍ପଷ୍ଟ ହୋଇଯାଇଛି ଯେ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅତିଶୀ ଜାତୀୟ ପତାକା ଉତ୍ତୋଳନ କରିପାରିବେ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ କିଏ ଜାତୀୟ ପତାକା ଉତ୍ତୋଳନ କରିବା ତାହା ଏବେ ଚର୍ଚ୍ଚାର ବିଷୟ ।