ଭୁବନେଶ୍ୱର: ଗଭୀର ଅବପାତ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବା ପରେ ଆନ୍ଧ୍ର ମୁହାଁ ହୋଇଛି । ଏହି ଗଭୀର ଅବପାତ ଧିରେ ଧିରେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ଆଜି ମଧ୍ୟ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ । କେବଳ ସୁନ୍ଦରଗଡ଼ରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅନ୍ୟ ସମସ୍ତ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଆଜି ବି ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ କଟକଣା ଜାରି କରାଯାଇଛି । ଆସନ୍ତାକାଲି ଠାରୁ ପାଗ ସୁଖିଲା ରହିବ ।
ସେପଟେ ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶା । ଗଜପତି ଜିଲ୍ଲାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷାରେ କାର୍ ଭାସିଯିବା ସହିତ ଭୂସ୍ଖଳନ ମଧ୍ୟ ହୋଇଛି । ଦୁଇ ଜଣ ବାପା ଏବଂ ପୁଅ ମଧ୍ୟ ନିଖୋଜ ହୋଇଛନ୍ତି । ସେପଟେ ରାୟଗଡ଼ାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । କେଉଁଠି ରାସ୍ତା ଧୋଇ ଯାଇଛି ତ କେଉଁଠି ରେଳ ଟ୍ରାକ୍ ଭାଙ୍ଗି ଯାଇଛି ।