ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡିଶା । ଦିନକୁ ଦିନ ପାରଦ ଖସୁଥିବା ବେଳେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ରାତିର ତାପମାତ୍ରା ଅହେତୁକ ହ୍ରାସ ପାଇବା କାରଣରୁ ସନ୍ଧ୍ୟାରୁ ଶୀତ ମାଡ଼ି ଆସୁଛି । ଯାହା ଫଳରେ ଘରୁ ବାହାରିବା ଅସମ୍ଭବ ହୋଇପଡୁଛି । ତେବେ ଆଗକୁ ବି ଏହା ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।
ମଙ୍ଗଳବାର ୧୦ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ୫.୭ ଡିଗ୍ରୀ ସହ ସେମିଳିଗୁଡ଼ା ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଥିଲା । କୋରାପୁଟରେ ୬ଡିଗ୍ରୀ, ଜି ଉଦୟଗିରିରେ ୬.୬, ଝାରସୁଗୁଡ଼ାରେ ୭.୨, ଦାରିଙ୍ଗବାଡ଼ିରେ ୮, ବୌଦ୍ଧରେ ୯.୪, ଚିପିଲିମା, ଅନୁଗୁଳ, ରାୟଗଡ଼ା ଓ ନବରଙ୍ଗପୁରରେ ୧୦ ଡିଗ୍ରୀ ରେକର୍ଡ ହୋଇଛି । କୋରାପୁଟରେ ସ୍ୱାଭାବିକଠାରୁ ୫.୨, ଅନୁଗୁଳରେ ୩.୫ ଓ ଭୁବନେଶ୍ୱରରେ ୧.୩ ଡିଗ୍ରୀ କମ୍ ରହିଥିବା ବେଳେ । ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪.୫ ଡିଗ୍ରୀ କମ୍ ରେକର୍ଡ ହୋଇଛି ।