ନୂଆଦିଲ୍ଲୀ: ସଂସଦରେ ବିକ୍ଷୋଭବେଳେ ପେଲାଠେଲାର ପଡ଼ିଯାଇ ଆହତ ହୋଇଥିବା ବାଲେଶ୍ୱର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ବର୍ତ୍ତମାନ ମଧ୍ୟ ଚିକିତ୍ସାଧୀନ ଅଛନ୍ତି । ସୋମବାର ତାଙ୍କୁ ରାମ ମନୋହର ଲୋହିଆ ମେଡ଼ିକାଲରୁ ନୋଏଡ଼ାର ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ଅଧିକ ଚିକିତ୍ସା କରାଯିବ । ତେବେ କ’ଣ ପାଇଁ ତାଙ୍କୁ ସେଠାକୁ ସ୍ଥାନାନ୍ତର କରାଯାଇଛି ସେ ନେଇ କୌଣସି ସବିଶେଷ ତଥ୍ୟ ମିଳି ନାହିଁ ।
ଗତ ଗୁରୁବାର ସଂସଦରେ ଉଭୟ ବିଜେପି ଏବଂ କଂଗ୍ରେସ ସଦସ୍ୟମାନେ ବିକ୍ଷୋଭ କରୁଥିବାବେଳେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ ବିଜେପିର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ତଳେ ପଡ଼ିଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏହା ସହିତ ସାଂସଦ ମୁକେଶ ରାଜପୁତ ମଧ୍ୟ ଆହତ ହୋଇଥିଲେ । ଉଭୟଙ୍କୁ ଆରଏମଏଲ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରତାପଙ୍କ ମୁଣ୍ଡରେ ଏକ ଗଭୀର ଆଘାତ ଲାଗିଥିଲା । ଏହା ସହିତ ତାଙ୍କର ରକ୍ତଚାପ ମଧ୍ୟ ଉପରତଳ ହୋଇଥିଲା ।
ତେବେ କଂଗ୍ରେସ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଯୋଗୁଁ ଏଭଳି ହୋଇଥିବା କହିଥିଲେ ପ୍ରତାପ ଷଡ଼ଙ୍ଗୀ । ରାହୁଲ ଜଣେ ସାଂସଦକୁ ଧକ୍କା ଦେବାରୁ ସେ ଆସି ପ୍ରତାପ ଷଡ଼ଙ୍ଗୀ ଉପରେ ପଡ଼ି ଯାଇଥିଲେ । ଏହା ପରେ ପ୍ରତାପ ଷଡ଼ଙ୍ଗୀ ସିଡିରୁ ପଡ଼ି ଯାଇଥିଲେ । ଫଳରେ ପ୍ରତାପଙ୍କର ମୁଣ୍ଡ ମାଡ଼ ହୋଇାଯାଇଥିଲା ।