ଭୁବନେଶ୍ୱର: ଯେଉଁମାନେ ଓଡ଼ିଶା ସ୍ୱାର୍ଥରେ ଆଘାତ ଦେଉଥିଲେ, ସେମାନେ ଆଜି ସ୍ଵାର୍ଥ କଥା କହୁଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଅନ୍ୟପକ୍ଷରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଉଠାଇଥିବା ପ୍ରସଙ୍ଗ ଅମୂଳକ ବୋଲି କହିଛନ୍ତି ବିଧାୟକ ସିଦ୍ଧାନ୍ତ ମହାପାତ୍ର ।
ଶୂନ୍ୟକାଳରେ ରେଳ ପ୍ରସଙ୍ଗରେ ବିଜେଡ଼ିର ଅଭିଯୋଗ ଉପରେ ଜବାବ ରଖି ସେ କହିଛନ୍ତି ଯେ, ମୋଦିଙ୍କ ଭରସା କରି ଓଡ଼ିଶାବାସୀ ପରିବର୍ତ୍ତନ କଲେ । ଡବଲ ଇଞ୍ଜିନ ସରକାର ଓଡ଼ିଶାର ବିକାଶ ପାଇଁ କାମ କରୁଛି । ଯେତେବେଳେ ଓଡ଼ିଶା ସ୍ବାର୍ଥ ବନ୍ଧା ପଡୁଥିଲା, ସେତେବେଳେ ଯେଉଁମାନେ ମୁହଁରେ ତୁଣ୍ଡି ମାରି ବସିଥିଲେ । ସେମାନେ ଆଜି ଓଡ଼ିଶା ସ୍ୱର୍ଥ କଥା କହୁଛନ୍ତି । କେନ୍ଦ୍ରସରକାର ରେଳବାଇରେ ଓଡିଶାକୁ ରେକର୍ଡ ମାତ୍ରାରେ ଅନୁଦାନ ପ୍ରଦାନ କରୁଛନ୍ତି ।
ସେହିପରି ବିଜେପି ବିଧ୍ୟାୟକ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ୱାଲଟିୟର ଡିଭିଜନ ସମ୍ପର୍କରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଉଠାଇଥିବା ପ୍ରସଙ୍ଗ ଅମୂଳକ ବୋଲି କହିଛନ୍ତି ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର । ଓଡ଼ିଶା ରାଜ୍ୟର କୌଣସି ସ୍ଵାର୍ଥ ହାନୀ ହେବ ନାହିଁ । ରାୟଗଡ଼ା ଡିଭିଜନ ଗଠନ ହେବ । ଏଥିରେ ଓଡ଼ିଶାରେ ରେଳ ଲାଇନ ସମେତ ବାହାର ରାଜ୍ୟର ରେଳ ଲାଇନ ମଧ୍ୟ ରହିବ । ଏହା କଂଗ୍ରେସ ସରକାର ବେଳେ ନିଷ୍ପତି ହୋଇଥିଲା । ଯେତେବେଳେ ଆନ୍ଧ୍ର ଡିଭିଜନ ହୋଇଥିଲା, ସେତେବେଳେ ମଧ୍ୟ ଏହି ନିଷ୍ପତି ହୋଇଥିଲା । ଛତିଶଗଡ଼ର ମଧ୍ୟ କିଛି ରେଳ ଲାଇନ୍ ରାୟଗଡ଼ା ଡିଭିଜନ ମଧ୍ୟରେ ରହିବ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଶୂନ୍ୟକାଳରେ ବିଜେଡ଼ି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ୱାଲ୍ଟିଅର ରେଳ ଡିଭିଜନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ ।