ବରଗଡ଼: ଶୁକ୍ରବାର ବରଗଡ଼ ଜିଲ୍ଲା ବରପାଲି ବିନିକା ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ । ମଣ୍ଡି ଖୋଲୁ ନ ଥିବାରୁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଚାଷୀ । ତେଣୁ ଯେ ପର୍ଯ୍ୟନ୍ତ ବିନା କଟନି ଛଟନିରେ ଧାନ ନ ଉଠିଛି, ସେବେ ଯାଏଁ ରାସ୍ତା ବନ୍ଦ ରହିବା ନେଇ କହିଛନ୍ତି ଚାଷୀ ।
ଗତ ୧୦ ତାରିଖରୁ ସୁବର୍ଣ୍ଣପୁର ଜିଲ୍ଲା ସାରସମାଲ ମଣ୍ଡି ଖୋଲା ଯାଇଥିବା ବେଳେ ୨୩ ତାରିଖ ଯାଏଁ ଚାଷୀଙ୍କ ଧାନ ବିକ୍ରି ହେଇପାରୁନଥିଲା । ରାସ୍ତାରୋକ ହେବା ପରେ ୨୪ ତାରିଖରେ ଉଠିଥିଲା ଧାନ । ଏବେ ବରଗଡରେ ବି ସମାନ୍ ସ୍ଥିତି ଉପୁଜିଛି । ମଣ୍ଡି ସମସ୍ୟା ହେତୁ ଚାଷୀ ଧାନ ବିକ୍ରି କରିପାରୁନାହିଁ । ତେଣୁ ବାଧ୍ୟ ହୋଇ ବରପାଲି ବିନିକା ରାସ୍ତାରେ ଧାନ ବସ୍ତା ରଖି ଚାଷୀ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ସେପଟେ ରାସ୍ତାରୋକ ଯୋଗୁଁ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି । ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲା ଲୋକଙ୍କ ଯିବା ଆସିବା ଏକପ୍ରକାର ଠପ୍ ହୋଇଯାଇଛି ।