ରାଜଧାନୀରେ ହାଲୁକା ବର୍ଷା । ଗତକାଲି କାଲିଠାରୁ ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ କୋହଲା ପାଗ ଅନୁଭୂତ ହେଉଥିବା ବେଳେ ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ କଟକରେ ମଧ୍ୟ ହାଲୁକା ବର୍ଷା ଦେଖିବାକୁ ମିଳିଛି । ଯାହା ଫଳରେ ହାଲୁକା ପବନ ସହ ଅଧିକ ଥଣ୍ଡା ଅନୁଭୂତ ହେଉଛି ।
ସୂଚନା ଅନୁସାରେ , ବଙ୍ଗୋପସାଗରରେ ପୁଣି ଏକ ସୃଷ୍ଟି ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତା ୫ ତାରିଖରେ ସୁମାତ୍ରା ପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ ।
ତେବେ ଓଡ଼ିଶାରେ ଏହାର ସିଧା ପ୍ରଭାବ ପଡ଼ିବ ନାହିଁ। ଅନ୍ୟପଟେ ଦକ୍ଷିଣ ଆଭ୍ୟନ୍ତରୀଣରେ ଆସନ୍ତା ୪ରୁ ୬ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରୀ କମିବା ହେତୁ ଶୀତ ବଢ଼ିବ। ୭ରୁ ୯ତାରିଖ ମଧ୍ୟରେ ପୁଣି ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ପାଇବ। ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ଆସନ୍ତା ୫ ଦିନ ପର୍ୟ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବ। ୨ରେ ମେଘୁଆ ଓ ୫-୭ ମଧ୍ୟରେ କୁହୁଡ଼ି ହୋଇପାରେ ଏନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।