ଭୁବନେଶ୍ୱର: ଆଉ କେଇଟା ଦିନ ପରେ ଆସିବ ପାର୍ବଣର ଋତୁ । ଧରାବତରଣ କରିବେ ଜଗତଜନନୀ ମା ଦୁର୍ଗା । ସେଥିପାଇଁ ଏବେ ବେଶ ଚଳଚଞ୍ଚଳ ହୋଇପଡ଼ିଛି ପୂଜା କମିଟି । ଦୈତ ନଗରୀ କଟକ ଏବଂ ଭୁବନେଶ୍ୱର ପୂଜା ପ୍ରସ୍ତୁତି ଜୋରଦାରରେ ଚାଲିଛି । ତେବେ ଦୁର୍ଗା ପୂଜା ପୂର୍ବରୁ ସମସ୍ତ ସହରାଞ୍ଚଳ ରାସ୍ତା ମରାମତି କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ଆଇନ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସେପ୍ଟେମ୍ବର ୨୦ ତାରିଖ ପୂର୍ବରୁ ଟ୍ୱିନସିଟି କଟକ ଓ ଭୁବନେଶ୍ୱର ସମେତ ସବୁ ସହରାଞ୍ଚଳ ରାସ୍ତା ମରାମତି କାର୍ଯ୍ୟ ଶେଷ ହେବ । ଆସନ୍ତା ୬ରେ ଇଆଇସିଙ୍କ କାର୍ଯ୍ୟାଳୟରେ ସମନ୍ୱୟ କମିଟି ବୈଠକ ବସିବ । ଏଥିରେ ବିଭାଗୀୟ ମନ୍ତ୍ରୀ, ବିଧାୟକ ଏବଂ ମେୟର ଉପସ୍ଥିତ ରହିବେ ବୋଲି କହିଛନ୍ତି ମନ୍ତ୍ରୀ ।