ଭୁବନେଶ୍ୱର: ଆଜି ପୁଣି ଥରେ ସୁନା ଓ ରୁପା ଦରରେ ହ୍ରାସ ଘଟିଛି । ଗୁରୁବାର ୨୪ କ୍ୟାରେଟ୍ ସୁନା ଦର ୫ ହଜାର ୨୦ ଟଙ୍କା ହ୍ରାସ ପାଇଛି । ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୪ ହଜାର ୪୨୦ ଟଙ୍କା ହୋଇଛି । ୧ ଗ୍ରାମକୁ ୫୦୨ ଟଙ୍କା ହ୍ରାସ ପାଇଁ ୧୫ ହଜାର ୪୪୨ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୪ ହଜାର ୬ଶହ ଟଙ୍କା ହ୍ରାସ ପାଇ ୧ ଲକ୍ଷ ୪୧ ହଜାର ୫୫୦ ଟଙ୍କା ହୋଇଛି । ୧ ଗ୍ରାମକୁ ୪୬୦ ଟଙ୍କା କମି ୧୪ ହଜାର ୧୫୫ ଟଙ୍କା ରହିଛି ।
ସେହିପରି ରୁପା କେଜି ପିଛା ୨୦ ହଜାର କମି ହେଲା ୩ ଲକ୍ଷ ଟଙ୍କା। ଗତକାଲି ରୁପା ଦର ୨୦ ହଜାର ଟଙ୍କା ହୋଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬ ହଜାର ୬୬୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୬୦ ହଜାର ୫୩୦ ଟଙ୍କା ହୋଇଥିଲା । ସେହିପରି ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନା ଦର ୬ ହଜାର ୫୦ ଟଙ୍କା ବୃଦ୍ଧି ଘଟି ୧ ଲକ୍ଷ ୪୭ ହଜାର ୧୫୦ ଟଙ୍କା ହୋଇଥିଲା । ସେହିପରି ରୁପା କିଲୋଗ୍ରାମ ପିଛା ୨୦ ହଜାର ବଢ଼ି ହେଲା ୩ ଲକ୍ଷ ୨୦ ହଜାର ଟଙ୍କା ଥିଲା ।