ବେଗୁନିଆ: ବିଳମ୍ବିତ ରାତିରେ ଖୋର୍ଦ୍ଧା ବେଗୁନିଆ ଥାନାର ବୋତଳମା ପଚାଂୟତର ପାଟଣାହାଟ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ହାଇଓ୍ବା ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ଅଠରାଙ୍ଗ ଗାଁର ରମେଶ ବେହେରା ।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ରମେଶ ନିଜର କାମସାରି ଘରକୁ ଫେରୁଥିବା ସମୟରେ ପାଟଣାହାଟ ନିକଟରେ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ପରେ ହାଇୱାଟି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଦୁର୍ଘଟଣା ପରେ ହାଇଓ୍ବା ଚାଳକ ଫେରାର ହୋଇଯାଇଥିଲା । ଏନେଇ ବେଗୁନିଆ ପୋଲିସ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଏନେଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ପାଟଣା- ଖୋର୍ଦ୍ଧା ରାସ୍ତାରୋକ କରିଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।