ଦୋଷ ଲୁଚାଇବାକୁ ଉଦ୍ୟମ କରୁଛି ୱାଟ୍କୋ । କିଛି ଦିନ ତଳେ ସ୍ବେରେଜ୍ ଖାଲରେ ପଡିଯାଇଥିଲେ ମହିଳା ।ରାଜଧାନୀର ଅନେକ ଅଞ୍ଚଳରେ ସ୍ବେରେଜ୍ ଲାଇନ ତିଆରି କରିବା ପାଇଁ ୱାଟ୍କୋ ବେପରୁଆ ଭାବେ ରାସ୍ତାଘାଟକୁ ଖୋଳି ପକାଉଛି। ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ତେବେ ୱାଟ୍କୋ ନିଜର ଦୋଷ ଲୁଚାଇବାକୁ ଯାଇ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଚାଲିଛି । ଖଳାରେ ପଡିବ ପରେ ତରତର ହୋଇ ଖଳାକୁ ପୋତି ସମତୁଲ କରିଦେଇଛି ୱାଟ୍କୋ ।
ସୂଚନା ଅନୁଯାୟୀ,ପ୍ରାୟ ୬ମାସ ତଳେ ୫୮ ନମ୍ବର ୱାର୍ଡ଼ ଶିବନଗରରେ ସ୍ବେରେଜ କାମ କରାଯାଉଥିଲା। ଏହି କାମ ପାଇଁ ଠିକାଦାରମାନେ ରାସ୍ତାଗୁଡିକୁ ଖୋଲିଦେଇଥିଲେ । କିନ୍ତୁ କାମ ସମ୍ପୂର୍ଣ୍ଣ ନକରି ମାସ ମାସ ଧରି ପକାଇ ରଖୁଥିଲେ। ବାରମ୍ବାର ଦୁର୍ଘଟଣା ହେଉଥିଲେ ବି କର୍ଣ୍ଣପାତ କରୁନଥିଲେ ୱାଟ୍କୋ ଅଧିକାରୀ ଓ ଠିକାସଂସ୍ଥା । ତେବେ ୨ଦିନ ତଳେ ଅଧା ଥିବା ସ୍ଥାନ ‘ଅର୍ଚିଡ୍’ ଆପାଟମେଣ୍ଟ ନିକଟରୁ କାମ ଆରମ୍ଭ ପାଇଁ ସର୍ବସାଧାରଣଙ୍କୁ ଅବଗତ କରାଯାଇନଥିଲା ।
ସମ୍ପୂର୍ଣ୍ଣ ରାସ୍ତାକୁ ଖୋଲିଦେଇଥିଲେ ଠିକାସଂସ୍ଥା। କାର ତ ଦୂରର କଥା ବାଇକ ଯିବା ପାଇଁ ମଧ୍ୟ ରାସ୍ତା ରଖିନଥିଲେ ।ଏମିତିକି ବାକି ଥିବା ଅଳ୍ପ କିଛି ରାସ୍ତାରେ ୨ ଫୁଟ ଉଚ୍ଚତାର ମାଟି ଗଦା କରି ଦିଆଯାଇଥିଲା। ଖାଲ ଚାରିପଟେ ମଜବୁତ ବ୍ୟାରିକେଡ଼ ଦିଆନଯିବାରୁ ଏଭଳି ଅଘଟଣ ଘଟିଥିଲେ । ଏହି ଦୁର୍ଘଟଣା ପରେ ଯେମିତି ଦୁର୍ଘଟଣାର ଚିହ୍ନ ବର୍ଣ୍ଣ ନରହିବ, ତା’ପାଇଁ ମହିଳା ପଡ଼ିଥିବା ୧୫ ଫୁଟିଆ ଖାଲକୁ ସଂଗେ ସଂଗେ ପୋତି ସମତୁଲ କରିଦେଇଛନ୍ତି ।ନିଜର ଦୋଷ ଲୁଚାଇବା ପାଇଁ ଘଟଣାସ୍ଥଳରେ ପଡ଼ିଥିବା ବାଲି, ଗୋଡି, ସିମେଣ୍ଟ ପାଇପ୍ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀକୁ ମଧ୍ୟ ରାତାରାତି ଉଠାଇ ନିଆଯାଇଛି।
ଅଧିକ ପଢନ୍ତୁ :ବାଲିଯାତ୍ରାରେ ହୋଇଛି ମହାଦୁର୍ନୀତି