କଟକ ଐତିହାସିକ ବାଲିଯାତ୍ରାରେ ବିଭିନ୍ନ କାର୍ଯ୍ୟରେ ହୋଇଛି ମହାଦୁର୍ନୀତି। ଲକ୍ଷ ଲକ୍ଷ ଟଙ୍କା ଟେଣ୍ଡରରେ ହୋଇଥିବା କାର୍ଯ୍ୟରେ ହୋଇଛି ବ୍ୟାପକ ଅନିୟମିତତା। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବାଲିଯାତ୍ରା ଦୁର୍ନିତୀ କଥା ଉଠାଇ ସିଏମସି ମେୟର ଏବଂ କମିଶନରଙ୍କ ଉପରେ ବର୍ଷିଛନ୍ତି ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। ସେ ଅଭିଯୋଗ କରି କହିଛନ୍ତି ବାଲିଯାତ୍ରାରେ ହୋଇଥିବା ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଦୁର୍ନିତୀ ହୋଇଛି।
ପଡିଆ ସଫେଇଠାରୁ ଆରମ୍ଭ କରି ୨ଟି ଗେଟ୍ ଏବଂ ଲେଜର ସୋରେ ଲକ୍ଷ ଲକ୍ଷ ଟଙ୍କା ଟେଣ୍ଡର କରି ଟଙ୍କା ହରିଲୁଟ କରାଯାଇଛି। ଏ ସମ୍ପର୍କରେ ମେୟର ଏବଂ କମିଶନର ଉତ୍ତର ରଖନ୍ତୁ। ଏହା ସହ ସରକାର ଏକ ଉଚ୍ଚସ୍ତରୀୟ କମିଟି କରି ଏହି ଦୁର୍ନିତୀର ତଦନ୍ତ କରି ୭ ଦିନ ମଧ୍ୟରେ ସାର୍ବଜନୀନ କରନ୍ତୁ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ୍। ନହେଲେ ସିଏମସି ଅଫିସ ଆଗରେ ପ୍ରତିବାଦ କରାଯିବା ସହ ବଡ ଧରଣର ଆନ୍ଦୋଳନ ହେବ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ୍।
ଅଧିକ ପଢନ୍ତୁ :ରାଜ୍ୟରେ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା