କେରାପୁଟ: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ପଡିଲେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଏକା ସହିତ ଗୋଟେ କି ଦୁଇଟି ନୁହେଁ ୮ଟି ସ୍ଥାନରେ ଚାଲିଛି ଭିଜିଲାନ୍ସର ଚଢାଉ । ଉକ୍ତ ସରକାରୀ ବାବୁ ଜଣକ ହେଉଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଏଆର୍ଆଇ ସୁରେନ୍ଦ୍ର କୁମାର ତନ୍ତି ।
ସୂଚନା ଅନୁସାରେ, ଆଜି ସକାଳୁ ବୋରିଗୁମ୍ମା ତହସିଲ ଏଆର୍ଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏହି ଚଢ଼ାଉରେ ୩ ଜଣ ଡିଏସପି, ସାତ ଜଣ ଇନ୍ସପେକ୍ଟର, ପାଞ୍ଚ ଜଣ ସହକାରୀ ସବ୍-ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି। ଏକା ସାଙ୍ଗରେ ୮ଟି ଠିକଣାରେ ଚାଲିଛି ଚଢାଉ । ବାସଭବନଠୁ ଆରମ୍ଭ କରି କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ସକାଳୁ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ କି ସୂଚନା ମିଳିନାହିଁ ।