ଗାଁ ମୁଖିଆଙ୍କୁ ସଂଘବଦ୍ଧ ଆକ୍ରମଣ khabar odisha :28/03/2024 Share story: ଗାଁ ମୁଖିଆଙ୍କୁ ସଂଘବଦ୍ଧ ଆକ୍ରମଣ । ଗୋଳନ୍ଥରା ଥାନା ଅଧୀନ ତୁଳୁ ରାସ୍ତା ପାନାପାଲି ଗାଁର ମୁଖିଆଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି । ସୂଚନା ଅନୁସାରେ ପାନାପୁଲ୍ଲୀ ଗାଁ ମୁଖିଆ ଟି ଜଗନ୍ନାଥ ରେଡ୍ଡି ୧୦ ତାରିଖ ସକାଳେ ମଟର ସାଇକଲ ଯୋଗେ କୈାଣସି ଏକ କାମରେ ଯାଇଥିଲେ । କାମ ସାରି ଗାଁକୁ ଫେରୁଥିବା ବେଳେ ସେହି ଗ୍ରାମର ନୀଳାମ୍ବର ନାମକ ଯୁବକ ଓ ତାଙ୍କ ଭିଣୋଇ ମିଶି ଜଗନ୍ନାଥଙ୍କୁ ମଝି ରାସ୍ତାରେ ଅଟକାଇ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏବଂ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏବଂ ପରେ ସ୍ଥାନୀୟ ଲୋକ ଓ ପରିବାର ଲୋକ ଆହତ ଜଗନ୍ନାଥଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଏବଂ ପରେ ବ୍ରହ୍ମପୁର ବଡ ନେଡିକାଲକୁ ସ୍ଥାନାନ୍ତର କରିଥିଲେ । ଏନେଇ ଗୋଳନ୍ଥରା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି । ଏବଂ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । gopalapur odisha Henilprava Swain, Author, 28/03/2024