ଆଜି ପାଗ ଶୁଖିଲା ରହିଥିଲେ ମଧ୍ୟ ସକାଳୁ ସକାଳୁ କୁହୁଡି ସାଙ୍ଗକୁ କୋହଲା ପାଗ ଜାରି ରହିଛି। ଫଳରେ ୫ ମିଟର ରାସ୍ତା ମଧ୍ୟ ସଠିକ ଭାବରେ ପରିଲିକ୍ଷିତ ହୋଇନଥିଲା। ଯେଉଁଥିପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତେବେ ୨୮ ଓ ୨୯ରେ ଉତ୍ତର ଓ ପଶ୍ଚିମ ଓଡିଶାରେ ପୁଣି ହାଲୁକା ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସମ୍ଭାବ୍ୟ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨୮-୨୯ ତାରିଖ ବେଳକୁ ଉତ୍ତର ପଶ୍ଚିମ ଓଡିଶାରେ ହାଲୁକା ବର୍ଷା ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଏଥିପାଇଁ ଆସନ୍ତାକାଲି ୬ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ସେହିପରି ୨୯ ତାରିଖ ବେଳକୁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଏହାପରେ ପୁଣି ପୁନର୍ବାର ଡିସେମ୍ବର ୩୦, ୩୧ ଓ ଜାନୁୟାରୀ ୧ ତାରିଖରେ ସାରା ରାଜ୍ୟରେ ପାଗ ଶୁଖିଲା ରହିବ।