୧୮୯୧ ମସିହା ଆଜିର ଦିନରେ ଭାରତ ସମ୍ବିଧାନର ଜନକ ଭୀମରାଓ ରାମଜୀ ଆମ୍ବେଦକର ଜନ୍ମଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ସାମାଜିକ ସଂସ୍କାରକ, ଅର୍ଥନୀତିଜ୍ଞ ଏବଂ ରାଜନେତା ଥିଲେ। ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିବାରେ ତାଙ୍କ ପ୍ରମୁଖ ଭୂମିକା ଥିଲା। ସେ ସ୍ବାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଥିଲେ। ୨୬ ନଭେମ୍ବର ୧୯୪୯ ଦିନ ଭାରତର ସମ୍ବିଧାନ ଗ୍ରହଣ ହେଲା। ଆମ୍ବେଦକର ଏହାର ଅଧ୍ୟକ୍ଷ ଥିଲେ। ୨୬ ଜାନୁଆରି ୧୯୫୦ରେ ସମ୍ବିଧାନ ପ୍ରଣୟନ ହେଲା। ଭାରତରେ ସୁଶାସନ ପ୍ରଚଳିତ କରିବା ପାଇଁ ସମ୍ବିଧାନ ପ୍ରଣୟନ ହୋଇଥିଲା । ସାମାଜିକ ନ୍ୟାୟ, ସମାନତା ଏବଂ ମାନବିକ ଅଧିକାର ଉପରେ ତାଙ୍କର ଧାରଣା ସମଗ୍ର ବିଶ୍ୱରେ ଲୋକଙ୍କୁ ପ୍ରେରଣା ଯୋଗାଇଥାଏ। ୧୯୯୦ମସିହାରେ ଆମ୍ବେଦକରଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।
ଦେଶ ପାଇଁ ଆମ୍ବେଦକରଙ୍କ ଅବଦାନ ଅତୁଳନୀୟ । ଡକ୍ଟର ଆମ୍ବେଦକର ଦେଶର ସମସ୍ତ ନାଗରିକଙ୍କ ପାଇଁ ସମ୍ବିଧାନ ପ୍ରସ୍ତୁତ କରିଥିଲେ। ଜାତି, ଧର୍ମ କିମ୍ବା ବର୍ଗ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର, ନ୍ୟାୟ ଏବଂ ସ୍ୱାଧୀନତା ମିଳିବ। ସେ ମହିଳା ଅଧିକାର, ଦଳିତଙ୍କ ଶିକ୍ଷା ଏବଂ ସାମାଜିକ ସମାନତା ପାଇଁ ବହୁତ କାମ କରିଥିଲେ। ସମାଜରେ ସମସ୍ତଙ୍କୁ ସମାନ ଅଧିକାର ଦେବା ପାଇଁ ସେ ସର୍ବଦା ଚେଷ୍ଟା କରିଥିଲେ ।