ଆଜି ହେଉଛି ସୋମବାର । ସୋମବାର ଦିନ ପ୍ରଭୁ ଶିବଙ୍କୁ ପୂଜା କରାଯାଏ । ଭଗବାନ ଶିବ ଚନ୍ଦ୍ରଙ୍କୁ ନିଜର ରୂପ ହରାଇବାରୁ ରକ୍ଷା କରିଥିଲେ, ତେଣୁ ସେ ସୋମନାଥ ନାମରେ ମଧ୍ୟ ଜଣାଶୁଣା । ଏହାସହ ତାଙ୍କୁ ଚନ୍ଦ୍ର ଶେଖର ମଧ୍ୟ କୁହାଯାଏ, କାରଣ ଚନ୍ଦ୍ରମାକୁ ଭଗବାନ ଶିବ ତାଙ୍କ ମସ୍ତକରେ ସ୍ଥାନ ଦେଇଛନ୍ତି । ତେଣୁ ବିଶ୍ୱାସ କରାଯାଏ ଯେ ଯେଉଁମାନେ ସୋମବାର ଦିନ ଭଗବାନ ଶିବଙ୍କୁ ପୂଜା କରନ୍ତି, ସେମାନେ ସେମାନଙ୍କର ସମସ୍ତ ଅସୁବିଧାରୁ ମୁକ୍ତି ପାଇପାରିବେ। ପ୍ରଭୁ ଶିବ ହେଉଛନ୍ତି ତ୍ରିକାଳ ଦର୍ଶୀ । ସେ ଯେତିକି ଶାନ୍ତ ସେତିକି ଅଶାନ୍ତ ରୂପ ଧାରଣ କରନ୍ତି ।
ପ୍ରାଚୀନ କାହାଣୀରେ ବର୍ଣ୍ଣିତ ଅଛି ଯେ, ଯେତେବେଳେ ଈଶ୍ୱର ଓ ଅସୁର ମାନଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହୋଇଥିଲା । ସେତେବେଳେ ସମୁଦ୍ରରୁ ବାହାରିଥିବା ବିଷକୁ ମହାଦେବ ଶିବ ପାନ କରିଥିଲେ । ସେବେ ଠୁ ଶିବଙ୍କୁ ନୀଳକଣ୍ଠ ବୋଲି ମଧ୍ୟ କୁହାଯାଏ । ପ୍ରଭୁ ଶିବଙ୍କର ସହସ୍ର ନାମ ରହିଛି । ଭକତ ପାଇଁ ପ୍ରଭୁ ଶିବ ନିଜର ରୂପ ପରିବର୍ତ୍ତନ କରିଥାନ୍ତି । କୁହାଯାଏ ଯେ, ପ୍ରଭୁ ଶିବ ସବୁବେଳେ ଧ୍ୟାନରେ ଥାନ୍ତି । ପ୍ରଭୁଙ୍କୁ ପ୍ରସନ୍ନ କରିବାପାଇଁ ହେଲେ ବହୁତ ତପ ଓ ଧ୍ୟାନ କରିବା ପାଇଁ ପଡିବ । ପ୍ରଭୁ ଶିବ ରାଗିଲେ ତାଣ୍ଡବ ରୂପ ଧାରଣ କରନ୍ତି । ସେ ଚାହିଁଲେ ସୃଷ୍ଟିକୁ ରଖିବେ ସେ ଚାହିଁଲେ ସୃଷ୍ଟିକୁ ନଷ୍ଟ ମଧ୍ୟ କରିପାରିବେ । ଯଦି ଆମେ ସୋମବାର ଦିନ ପ୍ରଭୁ ଶିବଙ୍କୁ ଭକ୍ତି ସହକାରେ ପୂଜା କରିବା ତେବେ ଆମର ଅପୂର୍ଣ୍ଣ ଥିବା ମନସ୍କାମନା ପୂର୍ଣ୍ଣ ହୋଇଯିବ ।
ପ୍ରଭୁ ଶିବ ହେଉଛନ୍ତି ଶାନ୍ତି ଓ ଧର୍ଯ୍ୟର ପ୍ରତୀକ । ପ୍ରଭୁ ଶିବ ଯଦି ତାଙ୍କ ତୃତୀୟ ନୟନ ଖୋଲିବେ ତେବେ ପୃଥିବୀ ନଷ୍ଟ ହୋଇଯିବ । ପ୍ରଭୁ ଶିବଙ୍କ ପାଖରେ ନିଜ ମନ କୁ ରଖି ସମସ୍ତଙ୍କ ପ୍ରତି ଦୟା, କ୍ଷମା, ନମ୍ର ଭାବ ଦେଖାଇଲେ ପ୍ରଭୁ ଶିବ ସମସ୍ତ ଦୁଃଖ କଷ୍ଟ ଲାଘବ କରିଥାନ୍ତି । ପ୍ରଭୁ କେବେ ବି ନିଜ ଭକ୍ତର ଦୁଃଖ ଦେଖିପାରନ୍ତି ନାହିଁ । ପ୍ରଭୁ ଶିବଙ୍କର ପୂଜା ସମସ୍ତ ନାରୀ ଓ ପୁରୁଷ କରିଥାନ୍ତି । ପ୍ରଭୁ ଶିବଙ୍କର ପ୍ରିୟ ହେଉଛି ତ୍ରିଶାଖା ବେଲପତ୍ର ଆଉ ଦୁଦୁରା ଫୁଲ । ପ୍ରଭୁ ଭକ୍ତଠାରୁ କିଛି ବି ମୂଲ୍ୟବାନ ବସ୍ତୁ ଚାହାନ୍ତି ନାହିଁ । ଭକ୍ତର ଭକ୍ତିରେ ଥିବା ଶୁଦ୍ଧ ଭାବ ଓ ନିଷ୍ଠା ।
ଶିବ ମନ୍ତ୍ରକୁ ୧୦୮ ଥର ଜପ କରିବା ଦ୍ୱାରା ଭଗବାନ ଶିବ ସନ୍ତୁଷ୍ଟ ହୋଇ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।
ମୃତ୍ୟୁକୁ ଜୟ କରିବା ପାଇଁ ଶିବଙ୍କର ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଏ ଯେଉଁ ମନ୍ତ୍ରକୁ ଜପିବା ଦ୍ୱାରା ମନରୁ ସବୁ ଦୁଃଖ, କଷ୍ଟ, ଚିନ୍ତା ଦୂର ହେବା ସହିତ ଅପୂର୍ବ ଶାନ୍ତି ମିଳିଥାଏ ।
ସୋମବାର ଦିନ ସକାଳୁ ଶିବ ମନ୍ଦିର ଯାଇ କ୍ଷୀର ଢ଼ାଳିବା ଦ୍ୱାରା ପ୍ରଭୁ ଶିବ ସନ୍ତୁଷ୍ଟ ହୋଇଥାନ୍ତି ।
ଅଧିକ ପଢନ୍ତୁ :ଏହିପରି ପୂଜା କଲେ ମିଳିବ ସୂର୍ଯ୍ୟଦେବଙ୍କ କୃପା ଦୃଷ୍ଟି