ଆଜି ହେଉଛି ରବିବାର । ରବିବାରରେ ସାଧାରଣତଃ ସୂର୍ଯ୍ୟ ଦେବଙ୍କୁ ପୂଜା କରାଯାଏ । ସୂର୍ଯ୍ୟ ଦେବ ହେଉଛନ୍ତି ପ୍ରତ୍ୟକ୍ଷ । ଆମେ ଦେବାଦେବୀମାନଙ୍କର ଫଟୋ ବା ମୂର୍ତ୍ତିକୁ ଭକ୍ତି ସହକାରେ ପୂଜା କରିଥାଉ । ଆମେ ପୂଜା କରୁଥିବା ଦେବାଦେବୀମାନଙ୍କର ପ୍ରକୃତ ରୂପକୁ ଆମେ ଦେଖିନାହୁଁ । ତଥାପି ଆମେ ଭକ୍ତି ଓ ଶ୍ରଦ୍ଧା ମନରେ ପୂଜା କରିଥାଉ । କିନ୍ତୁ ସୂର୍ଯ୍ୟ ଦେବ ହେଉଛନ୍ତି ପ୍ରତ୍ୟକ୍ଷ ଠାକୁର । ଯାହାଙ୍କର ଦର୍ଶନ ଆମେ ସକଳ ଠୁ ସଞ୍ଜ କରିଥାଉ । କଳିଯୁଗରେ ଏକମାତ୍ର ଦେବତା ଭାବେ ଭକ୍ତଙ୍କୁ ପ୍ରତିଦିନ ସାକ୍ଷାତ୍ ନିଜ ରୂପରେ ଦର୍ଶନ ଦିଅନ୍ତି ଭଗବାନ ସୂର୍ଯ୍ୟଦେବ । ସେଥିପାଇଁ ସୂର୍ଯ୍ୟ ଉଦୟ ସମୟକୁ ଶାସ୍ତ୍ରରେ ବ୍ରହ୍ମ ମୁହୂର୍ତ୍ତ ବୋଲି କୁହାଯାଇଥାଏ । ତେଣୁ ଅନେକ ଲୋକ ଏହି ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରି ଜଳଦାନ ପୂର୍ବକ ସୂର୍ଯ୍ୟଦେବଙ୍କୁ ପୂଜା କରିଥାନ୍ତି । ଏପରି ବିଧି ଅନୁଯାୟୀ ସୂର୍ଯ୍ୟଦେବଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଭକ୍ତମାନଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ ।ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି କୁହାଯାଏ । ସୂର୍ଯ୍ୟଙ୍କ କୃପାରୁ ଜଣେ ବ୍ୟକ୍ତି ଜୀବନରେ ବହୁତ ଅଗ୍ରଗତି କରିବା ସହିତ ସ୍ୱାସ୍ଥ୍ୟ ସର୍ବଦା ଭଲ ରହିଥାଏ । ସୂର୍ଯ୍ୟଙ୍କ କୃପା ଦୃଷ୍ଟି ଯେଉଁ ବ୍ୟକ୍ତି ଉପରେ ଥାଏ ସେ ବ୍ୟକ୍ତି ଜୀବନରେ ସୁଖ, ଧନ ଓ ଖ୍ୟାତି ଅର୍ଜନ କରିଥାଏ । ଯଦି ସୂର୍ଯ୍ୟଙ୍କର କୋପ ଦୃଷ୍ଟି ପଡ଼ିବ ତେବେ ବ୍ୟକ୍ତିର ସର୍ବଦା ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବା ସହିତ ହେଉଥିବା କାମ ମଧ୍ୟ ବିଗିଡ଼ି ଯାଇଥାଏ । ରବିବାର ଦିନ ସୂର୍ଯ୍ୟଙ୍କର ପୂଜା କରିବା ଦ୍ଵାରା ଆମ ଜୀବନରେ ଜାଗ୍ରତ ହୋଉଥିବା ଶକ୍ତିର ସଂଚାର ଓ ସମସ୍ତ ସଙ୍କଟ ଦୂର ହୋଇଥାଏ । ସୂର୍ଯ୍ୟ ଦେବଙ୍କ ଆଲୋକରେ ସାରା ବିଶ୍ବ ଆଲୋକିତ ହୋଇଥାଏ । ନିଜ ରାଶିରେ ସୂର୍ଯ୍ୟଙ୍କ ସ୍ଥିତିକୁ ସୁଦୃଢ କରିବା ଓ ଶୁଭ ଫଳ ପାଇବା ପାଇଁ ରବିବାର ଦିନ କରନ୍ତୁ କିଛି ବିଶେଷ ଉପାୟ ଆଉ ନିଜ ଜୀବନରେ ଆସୁଥିବା ସମସ୍ତ ସମସ୍ୟାକୁ ଦୂର କରନ୍ତୁ :
ଉପାୟ ଗୁଡିକ ହେଲା :
୧ - ରବିବାର ଦିନ ସକାଳୁ ଉଠି ଗାଧୋଇବା ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସୂର୍ଯ୍ୟଦେବଙ୍କର ଆଶୀର୍ବାଦ ମିଳିଥାଏ । ଜଳ ଅର୍ପଣ କରିବା ପରେ ସୂର୍ଯ୍ୟ ଦେବଙ୍କ ମନ୍ତ୍ର ପାଠ କରନ୍ତୁ । ଏପରି କରିବା ଦ୍ବାରା ଆକସ୍ମିକ ସଙ୍କଟ ଦୂର ହୋଇଥାଏ ।
୨ - ଯଦି ବ୍ୟବସାୟ କିମ୍ବା ଚାକିରୀରେ କୌଣସି ଅଗ୍ରଗତି ହେଉନାହିଁ । ତେବେ ଅଗ୍ରଗତି ପାଇଁ ରବିବାର ଦିନ ଗୁଡ଼ ଓ ଚାଉଳ ମିଶ୍ରିତ କରି ନଦୀରେ ଭସାଇ ଦିଅନ୍ତୁ । ଏହା କରିବା ଦ୍ୱାରା ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
୩ - ଯଦି ବ୍ୟସ୍ତବହୁଳ ଜୀବନ ଭିତରେ ରବିବାର ଦିନ କୌଣସି ପ୍ରତିକାର କରିବାକୁ ସମୟ ହୁଏ ନାହିଁ ତେବେ
ରବିବାର ଦିନ ନାଲି ରଙ୍ଗର ପୋଷାକ ପିନ୍ଧନ୍ତୁ ଆଉ ଯଦି ଏହା ମଧ୍ୟ ସମ୍ଭବ ହେଉନାହିଁ ତାହାଲେ ପକେଟରେ ଏକ ଲାଲ ରଙ୍ଗର ରୁମାଲ ରଖନ୍ତୁ । ଏହା ସୂର୍ଯ୍ୟଙ୍କ ସ୍ଥିତିକୁ ଅନୁକୂଳ କରାଇଥାଏ ।
୪ - ରବିବାର ଦିନ ଶିବ ମନ୍ଦିର ଯାଇ ଶିବଲିଙ୍ଗରେ ଜଳାଭିଷେକ କରିବା ସହ ମହାଦେବଙ୍କୁ ନାଲି ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏପରି କରିବା ଦ୍ବାରା ବ୍ୟକ୍ତିର ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟାକୁ ଦୂର ହୋଇଥାଏ ।
୫ - ଯଦି କାହାକୁ କିଛି ଦାନ କରିବା ପାଇଁ ଇଛା କରୁଛନ୍ତି । ତେବେ ଦାନ କରିବା ପାଇଁ ରବିବାର ଦିନ ଅତ୍ୟନ୍ତ ଶୁଭ ଅଟେ । ଏହି ଦିନ ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଗୁଡ଼, କ୍ଷୀର, ଚାଉଳ ଓ ପୋଷାକ ଦାନ କରନ୍ତୁ । ଏହି ଉପାୟ କରିବା ଦ୍ବାରା ସମସ୍ତ କାର୍ଯ୍ୟ ସିଦ୍ଧ ହେବା ସହ ଶୁଭଫଳ ମିଳିଥାଏ ।
୬ - ଏହି ଦିନରେ ବିଶ୍ୱାସ କରାଯାଏ ଯେ, ରବିବାର ଦିନ ଭିକାରୀମାନଙ୍କୁ ଖାଇବାକୁ ଦେଲେ ଆର୍ଶବାଦ ପ୍ରାପ୍ତ ହୋଇଥାଏ ।
୭ - ରବିବାର ଦିନ ଚନ୍ଦନ ତିଲକ ଲଗାଇ ଘରୁ ବାହାରନ୍ତୁ। ଏହା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ସିଦ୍ଧ ବା ସମ୍ପୂର୍ଣ୍ଣ ହୋଇଥାଏ ।
୮ - ଏହି ଦିନ ଘରର ମୁଖ୍ୟ ଦ୍ବାରର ଉଭୟ ପାର୍ଶ୍ୱରେ ଦେଶୀ ଘିଅ ଦୀପ ଜାଳିବା ଅତ୍ୟନ୍ତ ଶୁଭ ହୋଇଥାଏ । ବିଶ୍ବାସ ରହିଛି ଯେ, ଏହି ଉପାୟ କରିବା ଦ୍ବାରା ସୂର୍ଯ୍ୟ ଦେବତାଙ୍କ ସହ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି । ଆଉ ଏପରି କରିବା ଦ୍ବାରା ଆର୍ଥିକ ସମସ୍ୟା ଦୂର ହେବା ସହ ଧନ ଲାଭ ହୋଇଥାଏ ।
ଆଗକୁ ପଢ଼ନ୍ତୁ : ଆଜି ହେଉଛି ଶନିବାର