ଆଜି ହେଉଛି ଶନିବାର । ଶନି ଦେବଙ୍କ ନାମ ଅନୁସାରେ ଏହି ଦିନର ନାମ ଶନିବାର ରହିଛି । କୁହାଯାଏ କି ଶନି ଦେବତା ହେଉଛନ୍ତି ନ୍ୟାୟର ଦେବତା । ଶନି ଦେବତା ସମସ୍ତଙ୍କର ଭଲ କାର୍ଯ୍ୟ ଓ ମନ୍ଦ କାର୍ଯ୍ୟର ବିଚାର କରି ସେ ତାଙ୍କ କୋପ ଦୃଷ୍ଟି ପକାଇଥାନ୍ତି । ଶନି ଦେବତାଙ୍କ କୁପ୍ରଭାବରୁ ରକ୍ଷା ପାଇବା ପାଇଁ ଭକ୍ତମାନେ ଶନିବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରନ୍ତି। ଏହି ଦିନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଶନିଦେବତା ସନ୍ତୁଷ୍ଟ ହୋଇଥାନ୍ତି । ଏହି ବିଶ୍ୱାସ ସହିତ ଏକ କାହାଣୀ ଅଛି।
ଲଙ୍କାର ଲଙ୍କାର ରାଜା ରାବଣ ଏତେ ଶକ୍ତିଶାଳୀ ହୋଇଥିଲେ ଯେ ସେ ନିଜ ଇଚ୍ଛାନୁସାରେ ଗ୍ରହମାନଙ୍କର ଗତିବିଧିକୁ ନିୟନ୍ତ୍ରଣ କରିପାରନ୍ତି।ତାଙ୍କ ପୁଅ ମେଗନାଦଙ୍କ ଜନ୍ମ ସମୟରେ, ରାବଣ ଚାହୁଁଥିଲେ ଯେ ତାଙ୍କ ଶକ୍ତି ଏତେ ପ୍ରାଧାନ୍ୟ ହେଉ ଯେ ସେ ସାରା ଜୀବନ ଅବିସ୍ମରଣୀୟ ହୋଇପାରିବେ । କିନ୍ତୁ ଲୋକଙ୍କ ଜୀବନ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଶନି ନ୍ୟାୟ ଦେବତା ହୋଇଥିବାରୁ ଏହାର ବିରୋଧ କରିଥିଲେ ।ତେଣୁ ଶନିଙ୍କୁ ଦଣ୍ଡ ଦେବା ପାଇଁ ରାବଣ ତାଙ୍କୁ ଏକ ଅନ୍ଧାର କାରାଗାରରେ ବନ୍ଦୀ କରି ରଖିଥିଲେ । ପରବର୍ତ୍ତୀ ସମୟରେ, ଯେତେବେଳେ ଶ୍ରୀ ହନୁମାନ ମାତା ସୀତାଙ୍କ ସନ୍ଧାନରେ ଲଙ୍କା ଗସ୍ତ କରିଥିଲେ, ସେତେବେଳେ ସେ ସାହାଯ୍ୟ ପାଇଁ କାନ୍ଦୁଥିବା ଶନି ଦେବତାଙ୍କ ସ୍ୱର ଶୁଣିବାକୁ ପାଇଥିଲେ ଏବଂ ଶନିଙ୍କ ଦୁଃଖ ସମୟରେ ସାହାଯ୍ୟ କରିବାକୁ ଶ୍ରୀ ହନୁମାନ ଆଗକୁ ବାଢ଼ିଥିଲେ । ଏହିଭଳି ଭାବରେ ତାଙ୍କୁ ରାବଣର କବଳରୁ ଉଦ୍ଧାର କରିଥିଲେ । ସେହି ସମୟରୁ ପବନ ପୁତ୍ର ହନୁମାନ ଶନି ଦେବତାଙ୍କ ପ୍ରିୟ ହୋଇ ରହିବ ସହ କହିଛନ୍ତି ଯେ ଯେଉଁମାନେ ଶନିବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରିବେ, ତାଙ୍କର ପ୍ରତିକୂଳ ପ୍ରଭାବରୁ ମୁକ୍ତି ମିଳିବ । ଶନି ଦେବତା ନ୍ୟାୟର ଦେବତା ହୋଉଥିବାରୁ ସମସ୍ତେ ତାଙ୍କୁ ସନ୍ତୁଷ୍ଟ କରିବାକୁ ପୂଜା କରନ୍ତି । ତେବେ ଜାଣନ୍ତୁ ଶନି ଦେବତାଙ୍କୁ ପ୍ରସନ୍ନ କରିବାର ଉପାୟ ।
୧) ଶନିବାର ଦିନ ସକାଳୁ ସ୍ନାନ କରି ଓସ୍ତ ଗଛ ମୂଳେ ଜଳ ଢ଼ାଳିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି ।
୨)ଶନିବାର ଦିନ ଶନି ମନ୍ଦିର ପରିଦର୍ଶନ କରନ୍ତୁ ଏବଂ ଭଗବାନ ଶନିଙ୍କୁ ରାଶି ତେଲ ଦୀପ ଅର୍ପଣ କରନ୍ତୁ ଏବଂ ହନୁମାନ ଚଲିସା ଜପ କରନ୍ତୁ ଜୀବନର ସମସ୍ତ ବାଧା ବିଘ୍ନ ଦୂର ହୋଇଯିବ ଏବଂ ଶନିଦେବଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇପାରିବେ ।
୩) ଏହିଦିନ କଳା ରଙ୍ଗର ବସ୍ତ୍ର ପରିଧାନ କରିବା ଦ୍ୱାରା ଶନି ଦେବ ସନ୍ତୁଷ୍ଟ ହୋଇଥାନ୍ତି ।
ଶନିଦେବଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଏହିସବୁ ଉପାୟ ଗ୍ରହଣ କଲେ ଶୁଭଫଳ ମିଳିବ ସହ ଜୀବନର ସମସ୍ତ ଅସୁବିଧାର ସମାଧାନ ହୋଇଯିବ ।
ଅଧିକ ପଢନ୍ତୁ :ଭାଦ୍ରବ ପୂର୍ଣ୍ଣିମାରେ କାହିଁକି ପାଳନ ହୁଏ ଭାଗବତ ଜନ୍ମ?