ବଲାଙ୍ଗୀର ଜିଲ୍ଲାର ଲୋଇସିଂହାକୁ ଏନ୍ଏସି ଘୋଷଣା ନକରାଯିବାରୁ ଆଜି ୧୨ ଘଣ୍ଟିଆ ଲୋଇସିଂହା ବନ୍ଦ ଡାକରା ଦେଇଛି ଆଞ୍ଚଳିକ ବିକାଶ ପରିଷଦ। ଆଜି ଦଳଗତ ଭାବେ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆଞ୍ଚଳିକ ବିକାଶ ପରିଷଦ ଆହ୍ୱାନ ଦେଇଛି। ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଯିବ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବେଳେ ସେଥିରେ ବଲାଙ୍ଗିର ଜିଲ୍ଲା ଲୋଇସିଂହ ନାଁ ନାହିଁ। ତେଣୁ ଏଥିପାଇଁ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ସବୁ ସ୍ଥାନରେ ଦୋକାନ ବଜାର ବନ୍ଦ କରିବା ସହିତ ଗାଡି ଚଳାଚଳ ମଧ୍ୟ ନିଷେଧ କରାଯାଇଛି।
ସୂଚନା ଅନୁସାରେ , ଲୋଇସିଂହାକୁ ଏନ୍ଏସି ଘୋଷଣା କରିବା ପାଇଁ ଦୀର୍ଘବର୍ଷ ହେଲା ଆନ୍ଦୋଳନ କରି ଆସୁଥିଲେ ଲୋଇସିଂହା ବାସୀ। ଏପରିକି ବଲାଙ୍ଗୀର - ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହିତ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ବନ୍ଦ କରିଥିଲେ। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଯିବ ବୋଲି ଘୋଷଣା କରିଥିବା ବେଳେ ସେଥିରେ ବଲାଙ୍ଗିର ଜିଲ୍ଲାର ଲୋଇସିଂହ ନାଁ ନାହିଁ। ତେଣୁ ଏଥିପାଇଁ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ୧୨ ଘଣ୍ଟିଆ ଲୋଇସିଂହାକୁ ବନ୍ଦ ଡାକରା ଦିଆଯାଇଛି । ଏଥିପାଇଁ ସମସ୍ତ ଦୋକାନ ବଜାର ବନ୍ଦ ଥିବା ସହିତ ଯାନବାହାନ ଚଳାଚଳ ଠପ କରାଯାଇଛି। ତେବେ ଯଦି ସେମାନଙ୍କର ଦାବି ପୁରାଣ ନ ହୁଏ ତେବେ ଏହି ଆନ୍ଦୋଳନ ଆହୁରି ଉଗ୍ର ରୂପ ନେବ ବୋଲି ଆଞ୍ଚଳିକ ବିକାଶ ପରିଷଦ କର୍ମୀମାନେ କହିଛନ୍ତି।