ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ୍-ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧରେ ଖୁବଶୀଘ୍ର ବିରାମ ଲାଗିବାକୁ ଯାଉଛି । ଇରାନ ବହୁତ ଜଲଦୀ ଆତ୍ମସମର୍ପଣ କରିବ । ଜି୭ ବୈଠକରେ ଏଭଳି ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଆମେରିକା ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୁଧବାର ହୋଇଥିବା ଜି୭ ଅନଲାଇନ୍ ବୈଠକରେ ରାଷ୍ଟ୍ରପତି ଟ୍ରମ୍ପ ଯୋଗ ଦେଇଥିଲେ । ସେ କହିଛନ୍ତି ଯେ କ୍ଷତି କରୁଥିବା କ୍ୟାନସର ରୋଗକୁ ଆମେ ଶେଷ କରିଦେଇଛୁ । ସେ ଇରାନ ବିରୁଦ୍ଧରେ ଚାଲିଥିବା ଅପରେସନ୍ ଏପିକ ଫ୍ୟୁରୀ ପ୍ରସଙ୍ଗ ଉଠାଇଥିଲେ । ଇରାନର ସ୍ଥିତି ବହୁତ ଦୁର୍ବଳ ହୋଇଯାଇଛି । ତେଣୁ ଯୁଦ୍ଧର ପରିଣାମ ଖୁବଶୀଘ୍ର ଦେଖିବାକୁ ମିଳିବ । ସମ୍ପତ୍ତି ଇରାନ ନେତୃତ୍ୱହୀନ ହୋଇଯାଇଛି । ଇରାନ ଖୁବଶୀଘ୍ର ଆତ୍ମସମର୍ପଣ କରିବ । ଇରାନରେ କୌଣସି ଶୀର୍ଷ ନେତା ନାହାଁନ୍ତି । ସେଥିପାଇଁ ଏମିତି କୌଣସି ନେତା ନାହାଁନ୍ତି ଯେଉଁମାନେ ଆନୁଷ୍ଠାନିକ ଭାବେ ଆତ୍ମସମର୍ପଣର ଘୋଷଣା କରିପାରିବେ । ଇରାନରେ ପାଗଳ ନେତା ରହିଛନ୍ତି, ତେଣୁ ଏମାନଙ୍କୁ ଶେଷ କରିଦେବା ସମ୍ମାନ ଜନକ କଥା ହେବ ବୋଲି ଟ୍ରମ୍ପ କଟାକ୍ଷ କରିଛନ୍ତି ।