ଗଣତନ୍ତ୍ରର ମହା ପର୍ବ ପାଇଁ ବାଲେଶ୍ଵର ଜିଲ୍ଲାରେ ଏବେଠୁ ଚାଲିଲାଣି ପ୍ରସ୍ତୁତି। କେଉଁ ଭଳି ଲୋକେ ସଚେତନ ହୋଇ ଭୋଟ ଦେବେ ସେଥିପାଇଁ ବାଲେଶ୍ଵର ପ୍ରଶାସନ ଏବେଠୁ ହୋଇଗଲାଣି ପ୍ରସ୍ତୁତ। କୁନି କୁନି ପିଲା ମାନଙ୍କ ହାତରେ ରଙ୍ଗ ତୂଳୀ ଧରାଇ ଦେଶର ନାଗରିକଙ୍କୁ ସଚେତନ କରାଇବା ଏମାନଙ୍କ ଉଦ୍ଧେଶ୍ୟ।
ନିର୍ବାଚନ ବିଗୁଲ ବାଜି ସାରିଲାଣି,ଆଉ ଦିନ କିଛିଟା ପରେ ଆରମ୍ଭ ହେବ ରାଜା ବଛା ମହା ପର୍ବ । ନିଜ ପସନ୍ଦର ରାଜାକୁ ବାଛିବେ ପ୍ରଜା। ନା କାହା କଥା ରେ ନା କିଛି ପ୍ରଲୋଭନରେ ବରଂ କେମିତି ନିରପେକ୍ଷ ଓ ସଚେତନ ହୋଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ସେଥିପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ତତ୍ପର ହୋଇଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ପ୍ରଶାସନ। ବିଭିନ୍ନ କଲେଜରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଆରମ୍ଭ ହୋଇଗଲାଣି ସଚେତନ ପ୍ରକ୍ରିୟାର ପ୍ରଥମ ସୋପାନ। + 2 ଶ୍ରେଣୀରୁ +3ପର୍ଯ୍ୟନ୍ତ ସମସ୍ତ ଛାତ୍ରୀ ଛାତ୍ରୀ ମାନଙ୍କ ଦ୍ଵରା ଚାଲିଛି ଚିତ୍ରାଙ୍କନ ପ୍ରତିଯୋଗିତା । ଲୋକେ କେମିତି ଅବାଧ ଓ ନିରପେକ୍ଷତା ର ସହ ଭୋଟ ଦାନ କରିବେ ସେଥି ପାଇଁ ଚିତ୍ର ମାଧ୍ୟମରେ କରା ହେବ ସଚେତନ। ବିଭିନ୍ନ ପ୍ରକାରର ନିର୍ବାଚନୀ ସଚେତନତା ଚିତ୍ର ଜାଇ ଲାଗିବ ବୋଥ୍ କେନ୍ଦ୍ରରେ। ଆଉ ସେ ଚିତ୍ର ଆଙ୍କିବା ପାଇଁ ଛାତ୍ର ଛାତ୍ରୀ ଏକଜୁଟ ହୋଇଛନ୍ତି ଭୋଗରାଇ ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ରେ ।
ଚିତ୍ରାଙ୍କନ ପ୍ରକ୍ରିୟା ଶେଷ ପରେ ଚୟନ ହୋଇଥିବା ଚିତ୍ର ଜାଇ ଲାଗିବ ଵୋଥ କେନ୍ଦ୍ରରେ। ଯାହା ମତ ଦାନ ରେ ସଚେତନ କରିବ ମତଦାତାଙ୍କୁ। ଯାହାପାଇଁ ଏହି ଛାତ୍ର ଛାତ୍ରୀ ମାନଙ୍କ ହାତରୁ ହୋଇଛି ପ୍ରଥମ ଆରମ୍ଭ। ଭୋଗରାଇ ବିଡିଓ ଉମାକାନ୍ତ ପରିଡା,ଏବଂ ଶିକ୍ଷକ ମାନେ ମଧ୍ୟ ଉପସ୍ଥିତ ରହି ସହଯୋଗ କରୁଛନ୍ତି ଛାତ୍ର ଛାତ୍ରୀଙ୍କୁ। ଚିତାଙ୍କନ ରେ ଭାଗ ନେଇ ଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ପ୍ରାଇଜ ମଧ୍ୟ ବଣ୍ଟନ କରାଯାଇଛି
ଅଧିକା ପଢନ୍ତୁ: ନୂଆ ରେର୍କଡ ସୃଷ୍ଟି କଲା ସୁନା