ଭୁବନେଶ୍ୱର : ଗୁରୁବାର ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂ ଅଞ୍ଚଳରେ ଏକ ଏସି କମ୍ପ୍ରେସର ବିସ୍ଫୋରଣ ଘଟି ଦୁଇଜଣ ମେକାନିକ୍ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ଆଖପାଖରେ ଥିବା ଦୋକାନଗୁଡ଼ିକ ଥରି ଉଠିଥିଲା ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ତେବେ ଦୁର୍ଘଟଣା ଘଟିବା ମାତ୍ରେ ସ୍ଥାନୀୟ ଲୋକମାନେ ଆହତ ମେକାନିକ୍ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଛନ୍ତି। କେଉଁ ପରିସ୍ଥିତିରେ ଓ କାହିଁକି ଏସି କମ୍ପ୍ରେସର ଫାଟିଲା ଏହାର କାରଣ ଜଣାପଡିନାହିଁ।
ଏହା ପୂର୍ବରୁ ଜୁନ୍ ମାସରେ ସର୍ଟ ସର୍କିଟ୍ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ରୁ ଅଧିକ ଲୁଗା ଦୋକାନ ଜଳି ପାଉଁଶ ହୋଇଯାଇଥିଲା।