କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଛନ୍ତି। ଶ୍ରେଣୀଗୃହର ଜରାଜୀର୍ଣ୍ଣ ଓ ଖରାପ ସ୍ଥିତିକୁ ନେଇ କୁଳସଚିବଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ ଦୀର୍ଘଦିନ ହେବ ଓଡ଼ିଆ ବିଭାଗର ଶ୍ରେଣୀଗୃହଗୁଡ଼ିକର ମରାମତି କରାଯାଉ ନଥିବାରୁ ପାଠପଢ଼ାରେ ସମସ୍ୟା ଦେଖାଦେଇଛି । ତେଣୁ ଏହାର ପ୍ରତିବାଦ କରି ଛାତ୍ରଛାତ୍ରୀମାନେ କୁଳସଚିବଙ୍କ କାର୍ଯ୍ୟାଳୟରେ ବସି ଅସନ୍ତୋଷ ପ୍ରକାଶ କରିଛନ୍ତି।
ତେବେ ସ୍ଥାୟୀ ସମାଧାନ ନହେଲେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସାଧାରଣ ସମ୍ପାଦକ ନେତୃତ୍ୱରେ ଆନ୍ଦୋଳନ ଜାରି ରହିଛି।