ଚଳିତବର୍ଷ ଦୂରଦର୍ଶନରେ ସିଧାପ୍ରସାରଣ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା
Khabar Odisha:This-year-the-Lords-Jagannath-Snana-jatra-will-be-broadcast-live-on-Doordarshan
ପୁରୀ, ଜୁନ ୦୪ (ଖବର ଓଡ଼ିଶା):

ଚଳିତ ବର୍ଷ ମହାମାରୀ କରୋନା କାରଣରୁ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଦେଖିବା ପାଇଁ ବଞ୍ଚିତ ହେବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ବଡ ଦାଣ୍ଡରେ ଛିଡା ହୋଇ ମହାପ୍ରଭୁଙ୍କ ଗଜାନନ ବେଶ ଦେଖିବାରୁ ଚଳିତ ବର୍ଷ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ଖାଲି ସେତିକିନୁହେଁ ଚଳିତବର୍ଷ ଗଣମାଧ୍ୟମଗୁଡ଼ିକ ମଧ୍ୟ ବଡ଼ଦାଣ୍ଡରୁ ସ୍ନାନଯାତ୍ରାର ସିଧା ପ୍ରସାରଣ କରିପାରିବେ ନାହିଁ । ତେବେ ଖୁସିର କଥା, ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନଯାତ୍ରାର ସିଧାପ୍ରସାରଣ ଦାୟିତ୍ୱ ଦୂରଦର୍ଶନକୁ ଦିଆଯାଇଛି ।

ପୁରୀ ଜିଲ୍ଲା ପ୍ରଶାସନର ସୂଚନା ମୁତାବକ, ଦୂରଦର୍ଶନ ସ୍ନାନଯାତ୍ରାର ସିଧାପ୍ରସାରଣ କରି ଏହାର ସିଗ୍ନାଲ ଇଚ୍ଛୁକ ଗଣମାଧ୍ୟମ ସଂସ୍ଥାଙ୍କୁ ପ୍ରଦାନ କରିବେ । ସାଟେଲାଇଟ ଜରିଆରେ ଏହି ଲିଙ୍କ ଦୂରଦର୍ଶନ ଅନ୍ୟ ଗଣମାଧ୍ୟମ ସଂସ୍ଥାକୁ ପ୍ରଦାନ କରିବ । ଯାହାର ଲିଙ୍କ ହେଉଛି ଜିଏସଏଟି-୧୭ଏଚଡି୧୦୮୦ ଆଇ ଡିଭିଡି ଏସ୨ଏମପିଇଜି୪ ବୋଲି ପ୍ରଶାସନ ସୂଚନା ଦେଇଛି । ସାଟେଲାଇଟ ଜରିଆରେ ଏହି ସେବା ପ୍ରଦାନ କରାଯିବ । କୌଣସି ପରିସ୍ଥିତିରେ ଓବି ଭ୍ୟାନକୁ ଶ୍ରୀମନ୍ଦିର ନିକଟକୁ ଛଡ଼ାଯିବନି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

  • Tags:

Subscribe

National International State Sports Entertainment