ଥମୁନାହିଁ ଚର୍ଚ୍ଚା ବଲାଙ୍ଗିର ଜିଲ୍ଲା ସଇଁତଲା ବିବିନା ଠାରେ ଠିକଣା ଥିବା ହୃଷିକେଶ ପ୍ରିୟାବତୀ କଲେଜର । କଲେଜ କୁ ଦୁଇ ବର୍ଷ ହେବାକୁ ଯାଉଥିଲେ ବି ଏଯାଏ ଜଣେ ବି ପୋଷ୍ଟିଙ୍ଗ ହୋଇନାହାନ୍ତି ଅଧ୍ୟାପକ । ସେପଟେ ପିଲାମାନଙ୍କୁ ବେଲଗାଁ ଉତ୍କଳମଣି ଗୋପବନ୍ଧୁ ଦାଶ କଲେଜ କୁ ଆସିବାକୁ ବାରଣ ହେବାରୁ ଏବେ ଦୋ ଛକିରେ ଅଭିଭାବକ ସହ ଛାତ୍ର ଛାତ୍ରୀ । ଭୁତ କଲେଜ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ । ଦିନ ଯେତେ ଆଗକୁ ଗଡୁଛି, ହୃଷିକେଶ ପ୍ରିୟାବତୀ ଇନଷ୍ଟିଚ୍ୟୁସନ ଇନ୍ଫରମେସନ ଏଣ୍ଡ ଟେକନୋଲୋଜି କଲେଜ ର ବିରୋଧ ରେ ଅସନ୍ତୋଷ ବି ତେଜିବାରେ ଲାଗିଛି । ଏବେ ଛାତ୍ର ଛାତ୍ରୀ ମାନଙ୍କୁ ଅଭିଭାବକ ତଥା ବେଲଗାଁ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଏହାର ଉଚିତ ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଟିଟିଲାଗଡ଼ ଉପଜିଲ୍ଲାପାଳ ଉକ୍ତ ହୃଷିକେଶ ପ୍ରିୟାବତୀ କଲେଜ ବିଷୟ ରେ ଖବର ପାଇ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ଗତ ଦୁଇ ବର୍ଷ ଧରି କଲେଜ ଚାଲିଥିଲେ ବି କେମିତି କୌଣସି ଅଧ୍ୟାପକ ବା ଶିକ୍ଷକ ନାହାନ୍ତି ସେ ନେଇ ବି ତଦନ୍ତ କରାଯାଉଛି । ବିନା କଲେଜ ରେ ନାମ ଲେଖା ଚାଲିଥିବାରୁ ଏହା ଏକ ଗୁରୁତର ଅଭିଯୋଗ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଉଚ୍ଚ ଶିକ୍ଷା ବିଭାଗ କୁ ମଧ୍ୟ ପତ୍ର ଲେଖା ଯାଇ କଲେଜ ର ସମସ୍ତ ଦିଗ କୁ ଅନୁଧ୍ୟାନ କରାଯାଉଛି । ତଦନ୍ତ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ ଦୃଢ ପଦକ୍ଷେପ ନିଆଯିବ । ଭୁତ କଲେଜ ରେ ପାଠ ପଢ଼ୁଥିବା ବା ନାମ ଲେଖାଇ ଥିବା ସମସ୍ତ ଛାତ୍ର ଛାତ୍ରୀ ତଥା ଅଭିବାବକ ମାନଙ୍କୁ ତଦନ୍ତ ରେ ସାମିଲ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।