ଠାକୁରମୁଣ୍ଡା ଅଞ୍ଚଳରେ ସାମ୍ନାକୁ ଆସିଛି ଛାଞ୍ଚଲ୍ୟ ଘଟଣା । ଘରେ ଶୋଇଥିଲା ବେଳେ ମାମୁ ପୁଅ ଭାଇକୁ କୁରାଢ଼ୀହାଣି ହତ୍ୟା କଲା ସାନ ଭାଇ, ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାଣ୍ଡିଫୁଟା ଗ୍ରାମରୁ । ଘର ଭିତରେ ଶୋଇ ଥିବା ବେଳେ ମାମୁଁ ପୁଅ ଭାଇକୁ କୁରାଢ଼ୀରେ ବେକକୁ ହାଣି ହତ୍ୟା କରିଥିବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ହତ୍ୟାକାରୀକୁ ପରିବାର ଲୋକେ ଦୌଡ଼ିରେ ବାନ୍ଧି ଅଟକ ରଖିଥିବା ବେଳେ ଖବର ପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀକୁ ଗିରଫ କରି ତଦନ୍ତ ଜାରି ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ତରାମରା ଗ୍ରାମପଞ୍ଚାୟତ ହାଣ୍ଡିଫୁଟା ଗ୍ରାମର ମୁରଲୀ ଗିରିଙ୍କ ଝିଅ ଚେନ୍ନାଇରେ କାମ କରିବା ସମୟରେ ୭ ବର୍ଷ ତଳେ ବୌଦ୍ଧ ଜିଲ୍ଲା ଚମ୍ପାଗାଁ ଗ୍ରାମର ଅନିଲ ପେରା ନାମକ ଯୁବକକୁ ବିବାହ କରିଥିଲେ । କିଛି ଦିନ ପୁର୍ବରୁ ରଜ ପର୍ବ ପାଇଁ ଅନିଲ ସପରିବାର ନେଇ ଶଶୁର ଘର ହାଣ୍ଡିଫୁଟା ଗ୍ରାମକୁ ଆସିଥିଲେ। ଗୁରୁବାର ଅପରାହ୍ନ ୨ ଟା ସମୟରେ ମାମୁଁ ପୁଅ ଘରେ ଶୋଇ ମୋବାଇଲ ଦେଖୁଥିବା ବେଳେ ଅନିଲର ସାନ ଭାଇ ପରମିଲ ଏକ କୁରାଢ଼ୀ ଆଣି ଅଚାନକ ତାଙ୍କ ବେକକୁ ହାଣି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା ।ମୃତକ ଜଣକ ବୌଦ୍ଧ ଜିଲ୍ଲା ଚମ୍ପାମାଳ ଗ୍ରାମର ବୋଲି ସୂଚନା ମିଳିଛି l
ତେବେ ହତ୍ୟା କାହିଁକି କଲା ସେ ସମ୍ପର୍କରେ ସଠିକ ତଥ୍ୟ ମିଳି ନ ଥିଲେ ପାରିବାରିକ କଳହରୁ ହତ୍ୟା କରିଥିବା ଅନୁମାନ କରୁଛନ୍ତି ପୋଲିସ । ତେବେ ହତ୍ୟାକାଣ୍ଡର କାରଣ ସଠିକ ଜଣା ପଡି ନଥିବା ବେଳେ ପୋଲିସ ହତ୍ୟାକାରୀକୁ ଅଟକ ରଖି ତଦନ୍ତ କରୁଛି।ଏନେଇ ଠାକୁରମୁଣ୍ଡା ଥାନା ପୋଲିସ କେଶ ନମ୍ବର ୫୮ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରି ସାଇଣ୍ଟିଫିକ ଟିମଦ୍ୱାରା ତଦନ୍ତ କରିବା ପାଇଁ ବାରିପଦା ରୁ ସାଇଣ୍ଟିଫିକ ଟିମକୁ ଡାକିଛି ଠାକୁରମୁଣ୍ଡା ଥାନା ପୋଲିସ ।