ବେଆଇନ ବାଲି ଚୋରା ଚାଲାଣ ବେଳେ ଧରାପଡ଼ିଲେ ଦୁର୍ବୃତ୍ତ । ବୌଦ୍ଧ ତହସିଲ ଅନ୍ତର୍ଗତ ବାଉଁଶୁଣୀ ରାଜସ୍ଥ ନୀରିକ୍ଷକଙ୍କ ଦ୍ବାରା ସୋମବାର ସନ୍ଧ୍ୟା ସମୟରେ ବେଆଇନ ବାଲି ଚାଲାଣ ଅଭିଯୋଗରେ ୨ ଟ୍ରାକ୍ଟରକୁ ଅଟକ ରଖାଯାଇଛି । ବାଉଁଶୁଣୀ ଅଞ୍ଚଳରେ ବାରମ୍ବାର ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଏଠାରେ କହିବା କଥା ବାଉଁଶୁଣୀରେ ଦୁଇ ମାସ ହେଲାଣି ନୂତନ ରାଜସ୍ଥ ନୀରିକ୍ଷକ ଯୋଗଦେଲେଣି ହେଲେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ବେଆଇନ ବାଲି ଗାଡ଼ିକୁ ଫାଇନ ଆଦାୟ ହୋଇନାହିଁ ।
ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ବାଉଁଶୁଣୀ ବାଘ ନଦୀରୁ ବେଆଇନ ବାଲି ଚୋରା ଚାଲାଣ କରୁଥିବା ଦୁଇ ଟ୍ରାକ୍ଟରକୁ ଅଟକାଇ ବାଉଁଶୁଣୀ ରାଜସ୍ୱ ନିରୀକ୍ଷକ ସୋନାଲି ମୋନିକା ବିଶି ୧୯ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ଜରିମାନା ପଇଠ ପରେ ଉଭୟ ଟ୍ରାକ୍ଟରକୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି । ହେଲେ ଆଜି ତହସିଲଦାରଙ୍କ ଦୃଷ୍ଟିରେ ଆସିବା ପରେ ରାଜସ୍ବ ନୀରିକ୍ଷକଙ୍କୁ ଧରିବାକୁ ନିର୍ଦ୍ଦେର୍ଶ ଦେଇଥିଲେ । ଏହାପରେ ଚଢ଼ଉ ହୋଇଥିଲା ।
ଅଧିକ ପଢନ୍ତୁ :୮୨ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ