ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ରାସ୍ତାରେ ପୋଲିସର ଚେକିଂ ସମୟରେ ଜବତ ହୋଇଛି ୮୨ କେଜି ୪୦୦ ଗ୍ରାମ ଗଞ୍ଜେଇ। ଏକ ଡାଲା ଅଟୋରେ କିଛି ଦୁର୍ବୁତ୍ତ ଗଞ୍ଜେଇ ନେଇ ଯାଉଥିବେ ବେଳେ ପୋଲିସର ସନ୍ଦେହ ହେବାରୁ ଡାଲା ଅଟୋକୁ ଯାଞ୍ଚ କରାଯାଇଥିଲା ସେହି ସମୟରେ ସେହି ଅଟୋରୁ ଗଞ୍ଜେଇ ଜବତ ହୋଇଥିଲା। ଜବତ ହୋଇଥିବା ଗଞ୍ଜେଇ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ ଓଜନ କରିଥିଲା।
ସୂଚନା ଅନୁସାରେ , ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଛି ୮୨ କେଜି ୪୦୦ ଗ୍ରାମ ଗଞ୍ଜେଇ। ଏକ ଡାଲା ଅଟୋରେ ଗଞ୍ଜେଇ ଚାଲାଣ ନେଇ ପୋଲିସ ପୂର୍ବରୁ ସୂଚନା ପାଇଥିଲା। ସେହି ସୂଚନା ଆଧାରରେ ପୂର୍ବରୁ ଗଞ୍ଜେଇ ଭର୍ତ୍ତି ଡାଲା ଅଟୋକୁ ଜଗି ବସିଥିଲା ପୋଲିସ। ସେହି ସମୟରେ କିଛି ଦୁର୍ବୁତ୍ତ ଗଞ୍ଜେଇ ନେଇ ଯାଉଥିବେ ବେଳେ ପୋଲିସର ସନ୍ଦେହ ହେବାରୁ ଡାଲା ଅଟୋକୁ ଅଟକାଇ ପୋଲିସ ଯାଞ୍ଚ କରିଥିଲା। ପୋଲିସ ଅଟୋରୁ ଗଞ୍ଜେଇ ଜବତ କରି ଗଞ୍ଜେଇ ଚାଲାଣ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏହାପରେ ତାକୁ କୋର୍ଟ ଚାଲାଣ କରିଛି ପୋଲିସ। ଜବତ ହୋଇଥିବା ଗଞ୍ଜେଇ ତହସିଲଦାରଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ଏହାପରେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି।
ଅଧିକ ପଢନ୍ତୁ; ଆକ୍ସନ ମୋଡରେ ଅବକାରୀ ବିଭାଗ : ବିଭିନ୍ନ ଡ୍ୟାନ୍ସ ବାର , କ୍ଲବ ଏବଂ ପବ ଉପରେ ଚଢାଉ