ଖୋଲିପାରେ ରତ୍ନଭଣ୍ଡାର ! ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଚାଲିଛି ପ୍ରସ୍ତୁତି । ଏଥିପାଇଁ ବାଟ ମଧ୍ୟ ଖୋଲିଯାଇଛି । ରତ୍ନଭଣ୍ଡାର ଭିତରେ କେତେ ସୁନା, ରୁପା ଆଦି ମୂଲ୍ୟବାନ ରତ୍ନ ଗଚ୍ଛିତ ରହିଛି ତାହାର ତାଲିକା ମଧ୍ୟ ପ୍ରସ୍ତୁତ ହେବ। ଏଥିପାଇଁ ଏକ ଟିମ ଗଠନ କରାଯାଇଛି । ଏହି ଟିମ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ପ୍ରସ୍ତୁତ ହେବେ କରିବେ ।
ବହୁ ଦିନ ଧରି ରତ୍ନଭଣ୍ଡାର ଖୋଲିବା ପାଇଁ ବିଷୟରେ ଦ୍ବନ୍ଦରେ ପଡ଼ିଥିଲେ ରାଜ୍ୟ ବାସୀ । ତାହା ଏବେ ସ୍ପଷ୍ଟ ହେବାକୁ ଯାଉଛି । ଓଡ଼ିଶା ହାଇକୋର୍ଟଙ୍କ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଖୋଲିବା ସମ୍ପର୍କିତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ୧୨ଜଣିଆ କମିଟି ଗଠନ ହୋଇଛି। ଏହି କମିଟି ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଓ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବେ। ଏପରିକି ମୂଲ୍ୟବାନ ଅଳଙ୍କାର କେତେ ପରିମାଣ ଅଛି ତାହା ମଧ୍ୟ ତଦାରଖ କରିବେ ।
ଅଧିକ ପଢନ୍ତୁ :ଗୁମୁଟ ପରେ ରତ୍ନଭଣ୍ଡାର କାନ୍ଥରେ ଫାଟ