ଗୁମୁଟ ପରେ ରତ୍ନଭଣ୍ଡାର କାନ୍ଥରେ ଫାଟ । ଶ୍ରୀମନ୍ଦିରରେ ଲେଜର ସ୍କାନିଂ ପରେ ଏହାର ରିପୋର୍ଟ ଆସିଛି । ରତ୍ନଭଣ୍ଡାର କାନ୍ଥରେ ଫାଟ ହୋଇଥିବା ଲେଜର ସ୍କାନିଂ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ରତ୍ନଭଣ୍ଡାରର ଉତ୍ତର ପାଶ୍ୱର୍ରେ ଫାଟ ଦେଖିବାକୁ ମିଳିଛି । ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଏଏସଆଇ ପକ୍ଷରୁ ଲେଜର ସ୍କାନିଂ କରାଯାଇଥିଲା । ଯାହାର ରିପୋର୍ଟରେ ରତ୍ନ ଭଣ୍ଡାରର କାନ୍ଥରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ,ରତ୍ନଭଣ୍ଡାରର କାନ୍ଥରେ ଲଗାଯାଇଥିବା ଚୁନ ପଥରରେ କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଏଥିପାଇଁ ଶିମନ୍ଦିର ପ୍ରଶାସନ ଚିନ୍ତା ପ୍ରକାଶ କରିଛନ୍ତି । ନଭେମ୍ବର ମାସରେ ଦୁଇ ଦିନ ପାଇଁ ଏଏସଆଇ ପକ୍ଷରୁ ରତ୍ନଭଣ୍ଡାର ଲେଜର ସ୍କାନିଂ କରାଯାଇଥିଲା ବେଳେ ଏହାର ରିପୋର୍ଟ ଏବେ ଆସିଛି । ଫାଟକୁ ମରାମତି କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ଏଏସଆଇ । ପ୍ରଥମେ ରତ୍ନ ଭଣ୍ଡାରର ବାହାର ତିନିଟି କାନ୍ଥରେ ପ୍ଲାଷ୍ଟର କରାଯିବ । ଏହାପରେ ଯଦି କିଛି ବଡ଼ ଫାଟ ଦେଖିବାକୁ ମିଳେ, ତେବେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି । ପୂର୍ବରୁ ଶ୍ରୀମନ୍ଦିର ଗୁମୁଟରେ ଫାଟ ହୋଇଥିବା ଦେଖିବାକୁ ମିଳିଥିଲା ।