ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି। ନିର୍ଦ୍ଧାରିତ ଏସୋପିକୁ ମୋହର ମାରିଛନ୍ତି ପରିଚାଳନା କମିଟିର ସଦସ୍ଯ। ବୈଠକରେ ଏସଓପିକୁ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଏହାକୁ କମିଟିର ସର୍ବସମିତି କ୍ରମେ ଅନୁମତି ପ୍ରଦାନ କରାଯାଇଛି।ରତ୍ନଭଣ୍ଡାରକୁ କିଭଳି ଖୋଲାଯିବ, କେଉଁ ପଦ୍ଧତି ଆପଣାଯିବ ସେସବୁ ଏସଓପିରେ ରହିଛି। ଆଲୋଚନାରେ ସଦସ୍ଯ ମାନେ ନିଜସ୍ବ ମତ ଉପସ୍ଥାପନା କରିବା ସହିତ କିଛି ନୂତନ ପ୍ରସ୍ଥାବକୁ ସ୍ଥାନିତ କରିବା ପାଇଁ ପଠାଯାଇଛି। ତେବେ ପରିଚାଳନା କମିଟିର ମୋହର ପରେ ଏହାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ରତ୍ନ ଭଣ୍ଡାରର ସୂରକ୍ଷା ଓ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ପାଇଁ ନିଷ୍ପତି ହୋଇଛି।
ତେବେ ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ନିଷ୍ପତି ପରେ ୨୦ଜଣିଆ କମିଟି ଭିତର ରତ୍ନଭଣ୍ଡାରର ତଦନ୍ତ କରିବେ। ପ୍ରାଥମିକ ପର୍ଯ୍ୟାୟରେ ରତ୍ନଭଣ୍ଡାରର ମରାମତି ଓ ପରବର୍ତି ସମୟରେ ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯିବ। ଏଥସହ ପୂରା ଗଣତି ପ୍ରକ୍ରିୟାର ଭିଡିଓଗ୍ରାଫି ହେବ। ରତ୍ନ ଭଣ୍ଡାର ତଦାରଖ କମିଟି ସଦସ୍ୟ, ମ୍ୟାନେଜମେଣ୍ଟ ସଦସ୍ୟ, ରତ୍ନଭଣ୍ଡାର ଦାୟିତ୍ବରେ ସେବାୟତ ଇନ୍ ଚାର୍ଜ, ଜିଲ୍ଲାପାଳ, ଏଡିଏମ୍ ଭିତରକୁ ଯିବେ।