ପୋଲିସ ଗାଡ଼ିରୁ ହଟିବ ହଳଦିଆ ଲାଇଟ । ପୋଲିସ ଗାଡ଼ିରେ ଆଉ ଲାଗିବନି ହଳଦିଆ ରଙ୍ଗର ସାଇରନ ଲାଇଟ । ଏଥିପାଇଁ ସର୍କୁଲାର ଜାରି କରିଛି କ୍ରାଇମବ୍ରାଞ୍ଚ । ପୋଲିସ ଗାଡ଼ିରେ ଲାଗିଥିବା ସାଇରନ ଲାଇଟ ପରିବର୍ତ୍ତେ ପୋଲିସ ଗାଡ଼ିରେ ଗାଡିରେ ଧଳା-ନାଲି-ନିଳ ମିଶା ସାଇରନ୍ । ଏଥିପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶନାମା ଦିଆଯାଇଛି ।
ସୂଚନା ଅନୁଯାୟୀ,ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲ୍ଲାର ଏସପିଙ୍କ ସମେତ କଟକ-ଭୁବନେଶ୍ବର ଡିସିପି, କମାଣ୍ଟାଣ୍ଡ ଓ ପୁଲିସ ଅଧିକାରୀଙ୍କୁ ହଳଦିଆ ରଙ୍ଗର ସାଇରନ ଲାଇଟ ବଦଳିବ ନେଇ ଚିଠି କରାଯାଇଛି । ଏହି ଚିଠିରେ କେବଳ ଅଗ୍ନିଶମ, ପାଟ୍ରୋଲିଂରେ ନିୟୋଜିତ ଗାଡ଼ିରେ ହଳଦିଆ ସାଇରନ୍ ଲାଗିପାରିବବୋଲି ଅନୁମତି ଦିଆଯାଇଛି ।ପୋଲିସ ଗାଡ଼ିରେ ଧଳା-ନାଲି-ନିଳ ମିଶା ସାଇରନ୍ ଲାଇଟ୍ ବ୍ୟବହାର ପାଇଁ ୨୦୧୭ ମସିହାରେ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ରାଜ୍ୟରେ ଏହାର ବ୍ୟତିକ୍ରମ ଦେଖା ଦେଇଥିଲା । ଯାହା ଏବେ ତାର ସଂଶୋଧନ କରାଯାଇଛି । ଏନେଇ ସମସ୍ତ ଜିଲ୍ଲାର ଏସପିଙ୍କୁ ଚିଠି କରାଯାଇଛି ।