ଆଜି ହେଉଛି ମଙ୍ଗଳବାର । ମଙ୍ଗଳବାର ମା ମଙ୍ଗଳାଙ୍କୁ ପୂଜା କରାଯାଏ । ମଙ୍ଗଳବାର ଶବ୍ଦର ଆରମ୍ଭ ମଙ୍ଗଳରୁ ହୋଇଛି । ମା ସବୁବେଳେ ନିଜ ସନ୍ତାନର ମଙ୍ଗଳ ଓ ଶୁଭ ପାଇଁ ମା ମଙ୍ଗଳାଙ୍କୁ ପୂଜା କରିଥାଏ । ମା ଯୁଗେ ଯୁଗେ ନିଜ ସନ୍ତାନର ସୁରକ୍ଷା ପାଇଁ ବିଭିନ୍ନ ରୂପ ଧାରଣ କରିଥାଏ । କେତେବେଳେ ମମତା ମୟୀ ମା ତ ପୁଣି କେତେବେଳେ ମା କାଳୀଙ୍କ ଭଳି ଉଗ୍ର ରୂପ ଧାରଣ କରିଥାଏ । ଜୀବନରେ ଯେତେ ବିପଦ ଅସୁବିଧା ପଡିଲେ ମା ମଙ୍ଗଳାଙ୍କର ନାମ ସ୍ମରଣ କଲେ ସବୁ ବିପଦ ଆପେ ଆପେ ଟଳିଯାଏ । ମା ଏ ଗୋଟେ ଶବ୍ଦ ପାଟିରୁ ବାହାରିଲେ ଦେହରେ ସତେ ଯେପରି ବଳ ଆସିଯାଏ । ସବୁ ବିପଦ ରୁ ନିଜ ଭକ୍ତକୁ ରକ୍ଷା କରେ ମା । ମାର ଦ୍ୱାର ଭକ୍ତଙ୍କର ଗୁହାରି ଶୁଣିବା ପାଇଁ ସବୁବେଳେ ଖୋଲା ହୋଇରହିଥାଏ । ମା ମଙ୍ଗଳାଙ୍କୁ ୧୨ ମାସରେ ପୂଜା କରାଯାଇଥାଏ । ମା ନିଜ ସନ୍ତାନର ଶୁଭ ମନାସିବ ପାଇଁ ମା ମଙ୍ଗଳାଙ୍କୁ ପୂଜା କରିଥାଏ । ଯେତେ ବାଧା ବିଘ୍ନ ଆସିଲେ ବି ମା ମଙ୍ଗଳାଙ୍କୁ ଭକ୍ତି ମନରେ ଡାକିଲେ ମା ଡାକ ଶୁଣିଥାନ୍ତି ।
ପ୍ରଚଳିତ ଲୋକକଥା ଅନୁଯାୟୀ, ମା' ମଙ୍ଗଳାଙ୍କ ବିଗ୍ରହ ବହୁକାଳ ପର୍ଯ୍ୟନ୍ତ ପ୍ରାଚୀ ନଦୀର ଗର୍ଭରେ ଲୁଚିରହିଥିଲେ । ଦିନେ ନଦୀରେ ନିଜର ନାବ ବାହୁଥିବା ବେଳେ ବନ୍ୟା ଆସିବାରୁ, ନାଉରିଆ ଥଳକୂଳ ନପାଇ ଭାସି ଯାଉଥିବା ବେଳେ ମଝି ନଈରେ ତାର ନାବ ସ୍ଥିରହୋଇ ରହିଲା ଓ ନାବ ସହିତ ରକ୍ଷା ପାଇଲା। କିନ୍ତୁ ସେ ଜାଣିପାରିଲା ନାହିଁ ଯେ ସେ କିପରି ରକ୍ଷା ପାଇଲା ଏହିପରି ଚିନ୍ତାରେ ଥିବାବେଳେ ଥରେ ପ୍ରାତଃକାଳରେ ମା’ଙ୍କର ସ୍ୱପ୍ନାଦେଶ ପାଇ ତାଙ୍କ ବିଗ୍ରହକୁ ନଦୀ ଗର୍ଭରୁ ଉଦ୍ଧାର କରି ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ପୂଜାର ବ୍ୟବସ୍ଥା କଲା। କିଛି ସମୟ ଅତିକ୍ରାନ୍ତେ ଏକ କଳା ବର୍ଣ୍ଣର 'କାକ'ଟିଏ ପ୍ରାଚୀ ନଦୀକୁ ଲମ୍ଫ ଦେଲା। ବହୁ ସମୟ, ବହୁଦିନ ଅତିକ୍ରମ କରିଗଲା କିନ୍ତୁ ସେହି କାକଟି ଆଉ ଫେରିଲା ନାଇଁ, କାରଣ ସେ ନଦୀର ଭିତର ପାର୍ଶ୍ୱରେ ଅଟକି ଯାଇଥିଲା, ଯେଉଁ ସ୍ଥାନରେ ନାଉରିଆଟି ମା'ମଙ୍ଗଳାଙ୍କ ପ୍ରତିମୂର୍ତ୍ତିକୁ ପାଇଥିଲା। ଆମର ସ୍ଥାନୀୟ ଭାଷାରେ ଇଂରାଜୀ ଶବ୍ଦ 'କ୍ରୋ'ମାନେ କାକ ଏବଂ 'ଡିଟେଣ୍ଡ'ମାନେ'ଅଟକ'। ତେଣୁ ଏହି ଶବ୍ଦ ଦ୍ୱୟକୁ ଏକତ୍ର କରି 'କାକଟକ'ରଖାଯାଇଥିଲା। କିଛି ସମୟ ଅତିକ୍ରମ କଲା ପରେ ମଙ୍ଗଳପୁର ଗ୍ରାମଟି କାକଟପୁର ନାମରେ ନାମିତ ହେଲା। ମା'ଙ୍କୁ କାକଟପୁର ମଙ୍ଗଳା ନାମେ ପରିଚାଳିତ କରାଗଲା।
ପ୍ରତି ୧୨ବର୍ଷରେ ଥରେ ପୁରୀ ପ୍ରଖ୍ୟାତ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରାଙ୍କର ନବକଳେବରରେ ବ୍ରହ୍ମ ପରିବର୍ତ୍ତନ ଶୈଳୀ ଆରମ୍ଭ ହୋଇଥାଏ। ଏହି ସମୟରେ ପୁରୀର ସମସ୍ତ ଧର୍ମ ପୂଜକ ଭଗବାନଙ୍କ ସମ୍ବନ୍ଧରେ ପଥପ୍ରଦର୍ଶକ ରୂପେ ମା'ମଙ୍ଗଳାଙ୍କ ଆରାଧନା କରିଥାନ୍ତି। ପରେ ମା'ମଙ୍ଗଳ ସେମାନଙ୍କ ସ୍ୱପ୍ନରେ ଆବିର୍ଭୁତ ହୋଇ ତିନି ଦିବ୍ୟ'ଦାରୁବ୍ରହ୍ମ'ବୃକ୍ଷ ଗୁଡ଼ିକୁ ସଠିକ ସ୍ଥାନରେ ଦୃଶ୍ୟମାନ କରାଇଥାନ୍ତି।ପାରମ୍ପରିକ ପ୍ରଥା ଅନୁସାରେ ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଦିନ ମା' ମଙ୍ଗଳାଙ୍କ ଚନ୍ଦନ ବେଶ ହୋଇଥାଏ । ଏହିଦିନ ପ୍ରତ୍ୟୁଷରୁ ମଙ୍ଗଳ ଆଳତି, ସ୍ନାନ ମାର୍ଜନା ସରିବା ପରେ ମା'ଙ୍କ ମୁଖାରବିନ୍ଦକୁ ଚନ୍ଦନରେ ସଜ୍ଜିତ କରାଯାଇଥାଏ। ଏହାକୁ ଦର୍ଶନ ନିମନ୍ତେ ମା'ମଙ୍ଗଳାଙ୍କ ଭକ୍ତମାନେ ବହୁ ଦୂରରୁ ପାଛୋଟି ହୋଇ ଆସନ୍ତି।
ଅଧିକ ପଢନ୍ତୁ :ଆଜି ହେଉଛି ସୋମବାର