ରାଉରକେଲା ପ୍ରଶାସନିକ ଭବନ ନିକଟସ୍ଥ ସେନ୍ସରି ପାର୍କ ପୋଖରୀରୁ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତଦେହ ଉଦ୍ଧାର ହୋଇଛି। ସୁସ୍ମିତା ମିଞ୍ଜ ରାଉରକେଲାରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଘର ରାଜଗାଙ୍ଗପୁର ରମା ବାହାଲ ଅଞ୍ଚଳରେ। ପୋଲିସ ପୋଖରୀରୁ ମୃତଦେହ ଉଦ୍ଧାର କରିବା ସହ ମୃତ୍ୟୁର କାରଣ କ'ଣ ହୋଇପାରେ ତାହାର ଅଧିକ ତଦନ୍ତ କରୁଛି ।
ସୂଚନା ଅନୁସାରେ , ସେନ୍ସରି ପାର୍କ ପୋଖରୀରୁ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତଦେହ ଉଦ୍ଧାର। ପ୍ରତି ଦିନ ସେ ତାଙ୍କ ଘରୁ ରାଉରକେଲା କାର୍ଯ୍ୟାଳୟକୁ ଆସୁଥିଲେ। ସୁସ୍ମିତା ଗତ ୧୭ ତାରିଖରୁ ରାଉରକେଲା ରାଧିକା ରିଜେନ୍ସି ହୋଟେଲରେ ରହୁଥିଲେ। ମଙ୍ଗଳବାର ସକାଳୁ ହୋଟେଲରୁ ବାହାରି ଆସିଥିଲେ ଏହାପରେ ସନ୍ଧ୍ୟାରେ ତାଙ୍କ ମୃତ ଶରୀର ପୋଖରୀରୁ ଉଦ୍ଧାର କରଯାଇଥିଲା। ଆଜି ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ପୋଖରୀରୁ କିଭଳି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ସେନେଇ ଉଦିତ ନଗର ଥାନା ପୋଲିସ ତଦନ୍ତ ଜାରି ରଖିଛି। ଅନ୍ୟପଟେ ପରିବାରଲୋକେ ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏପରି କି ଏହି ଘଟଣାରେ ନିର୍ଦ୍ଦିଷ୍ଟ ଦୁଇ ବରିଷ୍ଠ ଅଧିକାରୀ ସମ୍ପୃକ୍ତ ଥିବା ସେମାନେ କହିଛନ୍ତି। ଅନ୍ୟପଟେ ପୋଲିସ୍ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ଘଟଣାର ଅଧିକ ତଦନ୍ତ କରନ୍ତୁ।
ଅଧିକ ପଢନ୍ତୁ ; ମାଷ୍ଟରକ୍ୟାଣ୍ଟିନରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର