ନିଜ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
Khabar Odisha:The-body-of-the-young-man-was-found-hanging-from-his-home-and-the-cause-of-death-was-not-immediately-clear
କଳାହାଣ୍ଡି , ଜୁଲାଇ ୦୧ (ଖବର ଓଡ଼ିଶା):

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କାଳୀମନ୍ଦିର ପଡାରେ ଏକ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ୨୩ ବର୍ଷୀୟ ସୁଶାନ୍ତ ସାହୁ ।

ତେବେ ସୁଶାନ୍ତ ଗତ ଏପ୍ରିଲ ମାସରେ ବିବାହ କରିଥିବା ବେଳେ ଆତ୍ମହତ୍ୟା ପଛର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । କଣ ପାଇଁ ସେ ଏପରି ଚରମ ନିଷ୍ପତ୍ତି ଆପଣାଇଲେ ତାହା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି ।

ପାରିବାରିକ କଳହ ନା ଅଲଗା କିଛି କାରଣ ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ପୋଷ୍ଟମଟମ ପାଇଁ ପଠାଇଛି ।

  • Tags:

Subscribe

National International State Sports Entertainment