ବଲାଙ୍ଗିର ସହର ଖର୍ସେଲ୍ପଡ଼ାର ମନୋଜ ବାରିକଙ୍କ ଭଡ଼ାଘର ଉପରେ ରବିବାର ରାତିରେ ଚଢ଼ାଉ କରି ବଲାଙ୍ଗିର ଟାଉନ୍ ପୋଲିସ ଅସଂଜତ ଅବସ୍ଥାରେ ଥିବା ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଯୁବକଙ୍କୁ ଗିରଫ୍ କରିଥିଲା । ଗିରଫ୍ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ବଲାଙ୍ଗିର ସହର ଖର୍ସେଲ୍ପଡ଼ାର ଏକ ଭଡ଼ାଘରେ ସେକ୍ସ ରାକେଟ୍ ଚାଲିଥିବା ସୂଚନା ପାଇ ବଲାଙ୍ଗିର ସଦର ଏସ୍ଡ଼ିପିଓ ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶରେ ଟାଉନ ଥାନା IIC ବିଶ୍ୱଜିତ୍ ମୋନବୋଧାଙ୍କ ସହ ଅନିତା ପଟନିୟଲ ତଥା ଲକ୍ଷ୍ମୀଜୋର ଥାନା ଆଇଆଇସି ଅନୀତା ପ୍ରଧାନଙ୍କ ନେତୃତ୍ୱରେ ଟାଉନ୍ ଥାନା ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ୪ ଜଣ ଯୁବତୀ ଓ ୪ ଜଣ ଯୁବକଙ୍କୁ ଆପତ୍ତିଜନକ ଅବସ୍ଥାରେ ପୋଲିସ କାବୁ କରିଥିଲା । ସେକ୍ସ ରାକେଟ୍ର ରାଣୀ ମହୁମାଛି କୁହାଯାଉଥିବା ପାଟଣାଗଡ଼ର ସୁମୀ ନାମ୍ନୀ ଜଣେ ମହିଳା ଫେରାର୍ ଥିବାବେଳେ ଗିରଫ୍ ଅଭିଯୁକ୍ତମାନେ ହେଲେ ପାଟଣାଗଡ଼ ଉଲ୍ବା ନିବାସୀ ପ୍ରୀୟକାନ୍ତ ରାଉତ ଓ ପ୍ରୀତିଶ ଜ୍ୟୋତି, ବଲାଙ୍ଗିର ସହର ବରପାଲିପଡ଼ାର ବିକାଶ କୁମାର ପଟେଲ ଏବଂ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରର ରାଜ୍ ଓରଫ୍ ସେହେବାଜ ଅବ୍ଦୁଲ୍ଲା ଘଟଣାସ୍ଥଳରୁ ଅନେକ ଆପତ୍ତିଜନକ ସାମଗ୍ରୀ ସହ ୭ଟି ମୋବାଇଲ୍ ଫୋନ୍, ଗୋଟିଏ ମୋଟର ସାଇକେଲ, ନଗଦ ୨୨ ହଜାର ୧୪୦ ଟଙ୍କା, ବିଭିନ୍ନ ବ୍ରାଣ୍ଡର ଗୁଡ଼ାଏ ଖାଲି ମଦବୋତଲ, ସିଗାରେଟ୍, ମେନ୍ଫୋର୍ସ ଟାବ୍ଲେଟ୍ ଏବଂ ଅବ୍ୟବହୃତ କଣ୍ଡମ୍ ପୋଲିସ ଜବତ୍ କରିଛି । ତେବେ ନବନିର୍ମିତ ମନୋଜ ବାରିକଙ୍କ ଘରକୁ ଭଡ଼ା ସୂତ୍ରରେ ନେଇ ଏଭଳି ବେଆଇନ ସେକ୍ସ କାରବାର ଚାଲିଥିବା ଏସ୍ଡ଼ିପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ: ସିଏଏ ଉପରେ ଲାଗିବନି ରୋକ୍: ସୁପ୍ରିମ କୋର୍ଟ