ଜଙ୍ଗଲରୁ ୯ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ। ତେବେ ଏହି ଗଞ୍ଜେଇ ଗଜପତି ଜିଲ୍ଲା ଅଡ଼ବା ଥାନା ଆରୁମପେଟା ଜଙ୍ଗଲରୁ ଜବତ ହୋଇଛି। ଜବତ ହୋଇଥିବା ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କା ହେବ। ତେବେ ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିବା ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଯାଇଛନ୍ତି। ତେଣୁ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଗଜପତି ପୋଲିସ।
ସୂଚନା ଅନୁସାରେ, ଗଜପତି ଜିଲ୍ଲା ଅଡ଼ବା ଥାନା ଆରୁମପେଟା ଜଙ୍ଗଲରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ ପୋଲିସ। ଏହାପରେ ଯୋଜନା ମୁତାବକ ୨ଟି ଟିମ ଆରୁମପେଟା ଜଙ୍ଗଲରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ପୋଲିସ ସେଠାରୁ ୯ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ଏହାସହିତ ଅନେକ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ। ଜବତ ବେଳେ ଘଟଣା ସ୍ଥଳରୁ ମାଫିଆମାନେ ଫେରାର ହୋଇଯାଇଥିଲେ। ତେବେ ଏହି ମାଫିଆମାନେ ଗଞ୍ଜେଇକୁ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ବ୍ୟବସ୍ଥା କରିଥିଲେ। ତେଣୁ ଏହି ଘଟଣାର ଆଉ କେଉଁ କେଉଁ ଗ୍ୟାଙ୍ଗ ଜଡିତ ଅଛି ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ। ଏହାସହିତ ଫେରାର ହୋଇଥିବା ମାଫିଆମାନଙ୍କ ମଧ୍ୟ ଖୋଜାଖୋଜି କରୁଛି ପୋଲିସ।