ଯୁବ ସାମ୍ବାଦିକଙ୍କ ବାପାଙ୍କ ଅବସ୍ଥା ଦୁର୍ଘଟଣାରେ ଗୁରୁତର, ଅପରେସନ ପାଇଁ ଲୋକଙ୍କ ସାହାଯ୍ୟ ଲୋଡିଲେ ସତ୍ୟଜିତ୍
Khabar Odisha:Satyajit-the-young-journalists-father-is-in-critical-condition-in-the-accident-and-sought-help-from-the-operation
ଭୁବନେଶ୍ବର, ଜୁନ ୧୧ (ଖବର ଓଡ଼ିଶା):

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ୍ ଅଞ୍ଚଳର ଯୁବ ସାମ୍ବାଦିକ ସତ୍ୟଜିତ୍ ସାହୁ ତାଙ୍କ ବାପା ରାମକୃଷ୍ଣ ସାହୁଙ୍କ ପାଇଁ ଅଗ୍ରୀମ ୧୦ ଲକ୍ଷ ଟଙ୍କା ଯୋଗାଡ କରିବା ନିମନ୍ତେ ଲୋକଙ୍କ ସହଯୋଗର ନିବେଦନ କରିଛନ୍ତି ।

ସୂଚନାନୁସାରେ, ସତ୍ୟଜିତଙ୍କ ବାପା ରାମକୃଷ୍ଣ ଜଣେ ବ୍ଲକ ଗ୍ରାଣ୍ଟ ସ୍କୁଲର ସାଧାରଣ କର୍ମଚାରୀ। କୌଣସି ଏକ କାମରେ ଗତ ଏପ୍ରିଲ ୨୨ ତାରିଖରେ ଯାଉଥିବା ସମୟରେ ତାଙ୍କର ଅକସ୍ମାତ ଦୁର୍ଘଟଣା ଘଟିଲା । ଦୁର୍ଘଟଣା ପରିବାରକୁ ନିସ୍ବଃ କରିଦେଇଛି ।

ରାମକୃଷ୍ଣଙ୍କର ଦୁର୍ଘଟଣାରେ ମୁଣ୍ଡ ଓ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଛି । ରାଜଧାନୀରେ କାର୍ଯ୍ୟରତ ସାମ୍ବାଦିକ ପୁଅ ସତ୍ୟଜିତ ଖୁବ୍ ଚେଷ୍ଟା ପରେ ତାଙ୍କ ବାପାଙ୍କ ଚିକିତ୍ସା କରାଇପାରିଛନ୍ତି । କିନ୍ତୁ ଅପରେସନ୍ ପାଇଁ ୧୦ ଲକ୍ଷ ଟଙ୍କା ଯୋଗାଡ ହୋଇପାରିନି ।

ସେଥିଲାଗି ସେ ତାଙ୍କ ବାପାଙ୍କୁ ନିରୋଗ ଫେରାଇବା ଲାଗି ମିଲାପ ଆପର ସହଯୋଗ ଲୋଡିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ଆଗଭର ହୋଇ ତାଙ୍କ ବାପାଙ୍କ ପାଇଁ କିଛି ଆର୍ଥିକ ସହାୟତା କରନ୍ତି ତେବେ ଆଗାମୀ ଦିନରେ ସେ ତାଙ୍କ ବାପାଙ୍କୁ ସୁସ୍ଥ ଫେରିପାଇବେ ବୋଲି ବିଶ୍ବାସ ରଖିଛନ୍ତି ।

ତେବେ ସତ୍ୟଜିତଙ୍କୁ ସହାୟତା କରିବା ପାଇଁ ଫୋନ୍ ପେ କିମ୍ବା ଗୁଗୁଲ ପେ ଜରିଆରେ ସାହାଯ୍ୟ କରିପାରିବେ । ଫୋନ୍ ପେ/ଗୁଗୁଲ ପେ ନମ୍ବର -୭୯୭୮୫୧୫୩୯୭

ଏହା ବ୍ୟତୀତ ମିଲାପ ଆପ୍ ଜରିଆରେ ଆପଣ ସତ୍ୟଜିତଙ୍କ ବାପାଙ୍କୁ ବଞ୍ଚାଇବାକୁ ସହାୟତା କରିପାରିବେ – https://bit.ly/3isWqyp

  • Tags:

Subscribe

National International State Sports Entertainment